ସ୍ୱର୍ଗତ ଶ୍ୟାମ ଚରଣ ଧଳ ଙ୍କ ଆତ୍ମ କାହାଣୀ ଯେତେ କହିଲେବି ସରିବନି
ଦଶରଥପୁର /(ଭଞ୍ଜଦୂତ:ନିପ୍ର)ଉତ୍ତମ କୁମାର ଦାସ
ସ୍ବର୍ଗତ ଶ୍ୟାମ ଚରଣ ଧଳ ଜନ୍ମ ୧୫/୦୮/୧୯୪୩ ତିରୋଧାନ ୨୮/୦୧/୨୦୨୬ ପେଷା ଶିକ୍ଷକତା ଯୋଗ୍ୟତା MA Bed, English (Hoons) ଚାକିରୀ ସମୟରେ ପ୍ରଥମେ ବରୁଣେଶ୍ବର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସେଠୁ ବ୍ରଜ ସୁନ୍ଦର ଉଚ୍ଚ ବିଦ୍ୟାଳୟ ରେ ସହକାରୀ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କଲେ। ନିଜ ଉଦ୍ୟମ ରେ ତଥା ସ୍ବର୍ଗତ ସତ୍ୟ ସୁନ୍ଦର ଦାସ (ଟିକି ବାବୁ) ଯେକି ବ୍ରଜ ସୁନ୍ଦର ଦାସଙ୍କ ସୁପୁତ୍ର ଅଟନ୍ତି ତାଙ୍କ ସହାୟତାରେ Braja Sundar Higher secondary School କରିଥିଲେ ଓ ସେଠାରେ ପ୍ରଥମ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।ଏହାପରେ ଜଗନ୍ନାଥପୁର ମହିଳା ଉଚ୍ଚ ବିଦ୍ୟାଳୟ ରେ ସରକାରଙ୍କ ଦ୍ଵାରା ପ୍ରଧାନ ଶିକ୍ଷକ ହୋଇ ସେଠାରେ ଚାକିରୀ ଶେଷ ଜୀବନ ଅତିବାହିତ କରିଥିଲେ।
ଜୀଵନ କାଳ ମଧ୍ୟରେ ବହୁ ବାଧା ବିଘ୍ନ ସହି ଏବଂ ଶିକ୍ଷା ପ୍ରଦାନ କରି ବହୁତ ଉଚ୍ଚ ପଦସ୍ତ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଗଢ଼ୀ ତୋଳିଥିଲେ ସେହି ମହାନ ଶିକ୍ଷକ ଶିକ୍ଷାବିତଙ୍କର ଅନ୍ତିମ ଜୀବନ କାଳ ତାଙ୍କ ପୁତ୍ର ଶ୍ରୀ ପରେଶ କୁମାର ଧଳଙ୍କ ନିକଟରେ କଟିଥିଲା ରୋଗରେ ପୀଡିତ ହେବାରୁ ତାଙ୍କୁ ତାଙ୍କ ପୁଅ ଚିକିଛା କରାଇଥିଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ସ୍ୱର୍ଗରୋହନ କରିଥିଲେ ଶେଷ ସମୟରେ ତାଙ୍କର କନ୍ୟା ମାନେ ଉପସ୍ତିତିରେ ରହି ବିଦାୟ ଦେଇଥିଲେ ଅନ୍ତିମ ସଂସ୍କାର ପୂନ୍ୟ ବୈତରଣୀ ନଦୀ ସ୍ଥିତ ବାରୁଣୀ ସ୍ମଶାନ ଠାରେ କରାଯାଇଥିଲା ପୁତ୍ର ପରେଶ କୁମାର ଧଳ ମୁଖାଗ୍ନି ଦେଇଥିଲେ ପୁତ୍ର ଶ୍ରୀ ଧଳ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଓ ବନ୍ଧୁବର୍ଗ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ପାର୍ଥନା କରିଥିଲେ |
