ଯୌତୁକପଶି ଗ୍ରାମ ରେ ମାଘ ପୁର୍ଣିମା ପାଳନ।
ପରଜଙ୍ଗ : (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ)
ଯୌତୁକପଶି ଗ୍ରାମରେ ମାଘ ପୃର୍ଣ୍ଣିମା ପାଳନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଯୌତୁକପଶି ଗ୍ରାମରେ ଗତ ଏକ ତାରିଖ ଦିନ ମାଘ ପୂର୍ଣ୍ଣିମା ପାଳନ କରାଯାଇଥିଲା। ପାରମ୍ପରିକ ଭଜନ କୀର୍ତ୍ତନ, ଗୌଡ଼ବାଡ଼ି ଖେଳ, ଆଦିବାଶି ନୁର୍ତ୍ୟ ସାଙ୍ଗକୁ ଘାଣ୍ଟୁଆଳ ବାଜା, ଗାଁ ର ସମସ୍ତ ଯୋବ ଗୋଷ୍ଟି ଏହାକୁ ସହଯୋଗ କରି ଦିନ ତିନିଟା ସମୟରୁ ଦିନ ପଟୁଆର କରି ସନ୍ଧ୍ୟା ଆଠ ଟା ପର୍ଯ୍ୟନ୍ତ ମଜା ନେଉଥିଲେ ଗାଁ ଲୋକେ। ପଡୁଷି ଗାଁ ରୁ ବହୁ ଲୋକ ଆସି ଏହାକୁ ଦେଖୁବାର ମଜା ଉଠାଇ ଥିଲେ। ପଚାଶ ବର୍ଷରୁ ଉର୍ଦ୍ଧ ହେବ ଏହି ମାଘ ପୂର୍ଣ୍ଣିମା କୁ ପାଳନ କରୁଛନ୍ତି ଯୌତୁକ ପଶି ଗ୍ରାମ ବାଶି। ଏହି ଗ୍ରାମରେ ବହୁ ମାନ୍ୟ ଗଣ୍ୟ ଲୋକ ମାନେ ବସ ବାସ କରିଥାନ୍ତି।ସଭାପତି କହ୍ନେଇ ଭୁତ୍ତିଆ, ସେକ୍ରେଟାରୀ ଦୋଳଗୁବିନ୍ଦ ଭୁତ୍ତିଆ ସମାଜ ସେବୀ ଫାଲ୍ଗୁନୀ ସାହୁ, ଶାନ୍ତନୁ ବେହେରା ଏବଂ ଯୌତୁକ ପଶି ଯୋବ ଗୋଷ୍ଟି ସହଯୋଗ କରିଥିଲେ। ଏହା ଦୁଇଦିନ ଧରି ଗାଁ ରେ ବେଶ ଦୁଇଦିନ ଧରି ଧୁମଧାମରେ ଯାତ୍ରା ପାଳନ ହୋଇଥାଏ। ଏହି ମାଘ ପୂର୍ଣ୍ଣିମା ପାଳନ ପାଇଁ ଯୌତୁକ ପଶି ଗାଁ ଫେମସ ହୋଇ ରହିଛି।
