ମହାରାଷ୍ଟ୍ରରେ ଅନୁଷ୍ଠିତ ମାଷ୍ଟର ଗେମ୍ ରେ ସ୍ବର୍ଣ୍ଣ ପଦକ ଲାଭ
ସ୍ବର୍ଣ୍ଣ ରେ ଚମକିଲେ ବରଗଡ଼ର ଭଉଣୀ ଦ୍ୱୟ
ବରଗଡ଼ :୦୧/୦୨(ନି, ପ୍ର) ମିନାତାଇ ଠାକରେ ଷ୍ଟାଡିୟମ ନାସିକ, ମହାରାଷ୍ଟ୍ରରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାସ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଅଛି। ଗତ ୨୮.୦୧.୨୦୨୬ ରୁ ୩୧.୦୧.୨୦୨୬ ପର୍ଯ୍ୟନ୍ତ ଚାଲିଥିବା ମାଷ୍ଟର ଗେମ୍ ରେ ବରଗଡ଼ ର ଗର୍ବ ଅରୁଣା ଘିବିଲା ହାଇ ଜମ୍ପରେ ଗୋଲ୍ଡ ମେଡାଲ ଏବଂ ଲଙ୍ଗ ଜମ୍ପରେ ସିଲ୍ଭର ମେଡାଲ ପାଇଥିବା ବେଳେ ଭଉଣୀ ଅନୁପମା ଘିବିଲା ହାଇ ଜମ୍ପରେ ଗୋଲ୍ଡ ମେଡାଲ, ଟ୍ରିପଲ ଜମ୍ପରେ ସିଲ୍ବର ମେଡାଲ ଏବଂ ୮୦ ମିଟର ହର୍ଡଲ୍ସ ରେସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି।
ଭଉଣୀ ଦ୍ବୟଙ୍କ ସଫଳତା ରେ ବରଗଡ଼ ରେ ଆନନ୍ଦର ଲହରୀ ଖେଳିଯାଇଛି । ବରଗଡ଼ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଉତ୍ତରୋତ୍ତର କାମନା କରିଛନ୍ତି ।
