ବିପଦ ସଂକୁଳ ଅବସ୍ଥାରେ ଯାଇଛି ବିରାଶାଳ ମେଡିକାଲ କ୍ୟାପସ ଭିତରେ ବିଦ୍ୟୁତ ତାର।
ପରଜଙ୍ଗ: ୦୧/୦୨ (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବିରାଶାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭିତର ଦେଇ ଯାଇଛି ବିପଦ ଅବସ୍ଥାରେ ଅଛି ୧୧ କେବି ଇଲେଟ୍ରି ତାର। ଏବେ ନବ ନିର୍ମାଣ ହେଉଥିବା ମେଡିକାଲ ଗୃହ କାମ ଚାଲୁଥିବାବେଳେ ଏହି ତାର ସାଜିଛି ବାଧକ। ଏହା ଫଳରେ ଦିନବେଳେ ଅଧିକାଂଶ ସମୟ ବିଦ୍ୟୁତ ବିଭାଗ ଷଡ଼ଡାଉନ ନେଉଥିବା ଦେଖିବାକୁ ମିଳିଛି। ଏହାଫଳରେ କାମରେ ବ୍ୟାଘାତ ଘଟିବା ସହିତ ଲୋକମାନେ ନାହିଁ ନଥିବା ହଇରାଣ ହେବାକୁ ପଡୁଛି।ଯେହେତୁ ଇଏ ମେଡିକାଲ ତରଫ ରୁ ବିଦ୍ୟୁତ ତାର ବାହାରେ ବାନ୍ଧିବାକୁ ଅନେକ ଦିନ ହେବ ଟିପି ସି ଓ ଡି ଏଲ କୁ ଅଭିଯୋଗ କଲେ ମଧ୍ୟ କର୍ତୃପକ୍ଷ ନିଘୋଡ଼ ନିଦ୍ରା ରେ ସୁଇଥିବା ଦେଖିବାକୁ ମିଳିଛି। ଏହି ତାର କୁ ହଟେଇବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।
