କଂସରା ଗ୍ରାମରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ହେବାକୁ ଗ୍ରାମବାସୀଙ୍କ ଦାବି !
ତାରିଖ,1/2/26
ସ୍ଥାନ ଢେଙ୍କାନାଳ
ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କଂସରା ଗ୍ରାମରେ ଜାଗା ଚିହ୍ନଟ ହୋଇ ଏକ ସ୍ବାସ୍ଥ୍ୟ ଉପକେନ୍ଦ୍ର ହେବା ପାଇଁ ସରକାରଙ୍କ ପକ୍ଷରୁ ୨୦୨୩ ମସିହାରେ ସ୍ଥିର ହୋଇଥିଲା। ହେଲେ କିଛି ସେହି ଅଞ୍ଚଳର ବ୍ୟକ୍ତି ଏହି କଂସରା ଗ୍ରାମରେ ନ କରି ଅନ୍ୟ ଜାଗାରେ କରିବା ପାଇଁ ଆଜିକୁ ବର୍ଷେ ହେବ ଏହି କାର୍ଯ୍ୟଟିକୁ ପକାଇ ରଖିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପୂର୍ବରୁ ହିନ୍ଦୋଳ ଉପ ଜଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ହେଲେ ଏହାର କିଛି ସୁଫଳ ନ ମିଳିବାରୁ ଏ ପର୍ଯ୍ୟନ୍ତ ଗ୍ରାମରେ ଅସନ୍ତୋଷ ଲାଗି ରହିଛି ଏବଂ ଗ୍ରାମରେ ସେହି ଠାରେ ହିଁ କରିବା ପାଇଁ ପୁନଶ୍ଚ ଗ୍ରାମବାସୀମାନେ ଦାବୀ ରଖିଛନ୍ତି।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
