ପାଲଟପୁରରେ କ୍ୟାନ୍ସର କୀଡୀନ ଆତଙ୍କ ଘଟଣା, ପାଲଟପୁର ଲଢେଇ ରେ ମୁଁ ଅଛି – ଭକ୍ତ, ମୃତକ ଏବଂ ରୋଗରେ ପୀଡିତ ଲୋକଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି, ସମସ୍ତ ପଞ୍ଚାୟତବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ସହ ସ୍ୱାସ୍ଥ୍ୟ ପରୀକ୍ଷା ଦାବୀ, ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼ିବ କଂଗ୍ରେସ ଦଶରଥପୁର
ତା-୩୧/୧ (ଭଞ୍ଜଦୂତ ନି.ପ୍ର) :
ରିପୋର୍ଟର-ମାନସ କୁମାର ସାହୁ
ପାଲଟପୁର ପଞ୍ଚାୟତର ୯ ହଜର ଜୀବନ ସହ କହୁଛନ୍ତି ସରକାର। ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ଗତ ସରକାର ଏବଂ ବର୍ତମାନ ସରକାର ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇଦେବାରେ ଫେଲ ମାରିଛନ୍ତି। ପଞ୍ଚାୟତରେ ଗତ ୬ ବର୍ଷ ହେବ ୩ ପ୍ରକଳ୍ପ ସାଠିବାଟି, ନୀଳକଣ୍ଠପୁର ଏବଂ ପାଲଟପୁର କାର୍ଯ୍ୟକ୍ଷମ ହୋଇନଥିବା ବେଳେ ୨୦୨୨ ରେ ସମସ୍ତ ଘରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଛି ଫଳକ ଲଗାଯିବ ଲୋକଙ୍କୁ ପରିହାସ ଭଳି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତ ପାନୀୟ ଜଳ ପାଇଁ କ୍ୟାନ୍ସର ଏବଂ କୀଡୀନି ରୋଗରେ ପ୍ରାଣ ହରାଇଥିବା ଘଟଣାରେ ସ୍ଥିତି ଅନୁଧ୍ୟାନ କରିବାକୁ ଆସି ଏଭଳି କହିଛନ୍ତି। ଏହାଛଡା ସମ୍ପୂର୍ଣ ପଞ୍ଚାୟତବାସୀଙ୍କୁ ପ୍ରତି ଘରେ ପାନୀୟ ଜଳ ଟ୍ୟାପ ଯୋଗେ ଯୋଗାଇଦେବା ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ଦାବୀ କରିଛନ୍ତି। ଯଦି ଏହା କାରନଯାଏ ତେବେ ଆଗାମୀ ଦିନରେ ଏ ପ୍ରସଙ୍ଗ ବିଧାନସଭାରେ ଉଠାଯିବା ସହ ଅମସ୍ୟା ସମାଧାନ ପାଇଁ କଂଗ୍ରେସ ଦଳ ଲଢେଇ କରିବ ବୋଲି ପଞ୍ଚାୟବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ଶ୍ରୀଯୁକ୍ତ ଭକ୍ତ ଦାସ। ଶ୍ରୀଯୁକ୍ତ ଦାସ ପଞ୍ଚାୟରେ ପହଂଚିବା ପରେ ସରପଞ୍ଚ ଲିପିକା ମଲିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମୁରାରୀପୁର, ନୀଳକଣ୍ଠପୁର, ପାଲଟପୁର ଗ୍ରାମର କ୍ୟାନ୍ସର ଓ କୀଡୀନି ରୋଗରେ ମୃତକଙ୍କ ପରିବାରକୁ ଭେଟିବା ସହ ରୋଗରେ ପୀଡିତ ଲୋକଙ୍କୁ ମଧ୍ୟ ଭେଟିଥିଲେ। ଲୋକେ ବ୍ୟବହୃତ କରୁଥିବା ନଳକୂପ, ଆକ୍ଵାଗାର୍ଡ ଫିଲଟର, ନିତ୍ୟ ବ୍ୟବହୃତ ବାଲ୍ଟି, ମାଢ଼ିଆ ଆଦି ସ୍ଥିତି ଅନୁଧ୍ୟାନ କରି ଚିନ୍ତା ପ୍ରକଟ କରିଥିଲେ। ଅନୁଧ୍ୟାନ କମିଟି ମଧ୍ୟରେ ସେବା ଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ସଭାପତି ମାଗୁଣି ଜେନା, ମୁଖ୍ୟ ପରାମର୍ଶ ଦାତା ସୁଧାଂଶୁ ଶେଖର ଦେଓ, ମୁଖପାତ୍ର ହିମାଂଶୁ ଲେଙ୍କା, ରାଜ୍ୟ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡା, ଜିଲ୍ଲା ପ୍ରଭାରୀ ସତ୍ୟଜିତ ପଟ୍ଟନାୟକ, ଦେବାଶିଷ ମହାପାତ୍ର ପ୍ରମୁଖ ଏଥିରେ ସାମିଲ ଥିଲେ। ଶେଷରେ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ କଥା ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଲଢେଇ କରିବ ବୋଲି ସୂଚନା ଦେଇଛନ୍ତି। ସୂଚନାଥାଉକି ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତରେ ଗତ ୧୦ ବର୍ଷ ମଧ୍ୟରେ କ୍ୟାନ୍ସର ଏବଂ କୀଡୀନ ରୋଗରେ ୧୨୦ ରୁ ଅଧିକ ଲୋଙ୍କ ପ୍ରାଣ ଯାଇସାରିଥିବାବେଳେ ବର୍ତମାନ ୨୦ ଜଣ ରୋଗୀ ଚିକିତ୍ସାଧିନ ଅଛନ୍ତି। ସରପଞ୍ଚ ଲିପିକା ମଲିକ ଏବଂ ଅଭିଯୋଗକରି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡା,ଚନ୍ଦ୍ର ଶେଖର ସାହୁଙ୍କ ସହ ଆଲୋଚନା କରିଥିଲେ। ସୂଚନାଅନୁସାରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗତ ସପ୍ତାହ ମଧ୍ୟରେ ପାନୀୟ ଜଳ ବିଭାଗ ପକ୍ଷରୁ ପଞ୍ଚାୟତ ୮୨୭ ଟି ବେସରକାରୀ ଓ ସରକାରୀ ନଳକୂପରୁ ନମୁନା ନିଆଯାଇଥିଲା। ଇତି ମଧ୍ୟରେ ପ୍ରଥମେ ୧୬୦ ଟି ନଳକୂପ ନମୁନା ଭୁବନେଶ୍ୱରସ୍ଥ ମୁଖ୍ୟ ଲାବ୍ରୋଟାରିରୁ ପରୀକ୍ଷା ହୋଇ ରିପୋଟ ଆସିଛି। ୧୬୦ ଟି ନମୁନା ମଧ୍ୟରୁ ୯୦ ଟି ନଳକୂପରେ ଲୋକେ ପିଉଛନ୍ତି ବିଷାକ୍ତ ପାଣି। ମିଳିଥିବା ସୂଚନା ଅନୁସାରେ ୯୦ଟି ନଳକୂପ ପାଣିରେ ରହିଛି ରାସାୟନିକ ପଦାର୍ଥ। ଯେଉଁ ପାଣିରେ ଲିଡ଼, କ୍ୟାଡ଼ମିୟମ, ଆସେନିକ, ମାଙ୍ଗାନିଜ, ଆଇରନ ଭଳି ବିଷାକ୍ତ ନମୁନା ରହିଛି। ଯାହାକୁ ଲୋକେ ପିଇବା ଏବଂ ଖାଦ୍ୟରେ ଦୀର୍ଘ ଦିନ ବ୍ୟବହାର କଲେ କ୍ୟାନ୍ସର, କୀଡୀନ, ଜଣ୍ଡିସ ଭଳି ମାରାତ୍ମକ ରୋଗ ହେବ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ଏକାଦଶୀ ତ୍ରିପାଠୀ, ଅନନ୍ତ କୁମାର ଜେନା, ସାଗର ପରିଡା, ରାଜୀବ ମଲିକ, ସୌମ୍ୟ ରଞ୍ଜନ ବେହେରା, ମଦନ ମଲିକ, ଦେବେନ୍ଦ୍ର ପଣ୍ଡା, କଂଗ୍ରେସ ନେତ୍ରୀ ମଧୁସ୍ମିତା ଆଚଯ୍ୟ, ଶ୍ୟାମ ସୁନ୍ଦର କର, ସନ୍ତୋଷ ନନ୍ଦ, ଅଜୟ ନାୟକ, ଚନ୍ଦ୍ର ନାରାୟଣ ଦାସ, ବିମଲ ମଲିକ, ବିଶ୍ୱଜିତ ରାୟ, ବୃନ୍ଦାବନ ଜେନା, ଶେଖର ସମ୍ବିତ ଧଳ, ଉମେଶ ଜେନା, ଜ୍ୟୋତି ରଞ୍ଜନ ଜେନା, ହୃଷିକେଶ ଜେନା, ବିଜୟ ବେହେରା, ଅନୁପମ ମଲିକ, ସତ୍ୟବାନ ଜେନା, ପାଣ୍ଡଵ ମଲିକ, ଶମ୍ଭୁନାଥ ଜେନାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
