*ପ୍ରସ୍ତୁତ ହେଲାଣି ରଙ୍ଗମଞ୍ଚ, ନାଟ୍ୟ ପରମ୍ପରା ରେ ମହକୁ ଥିବା ମାଟି, ସାହିତ୍ୟ ସାଧନାର ସେହି ପୀଠ, ଐତିହ୍ୟ ସ୍ଥାପତ୍ୟର ଗ୍ରନ୍ଥାଗାର, ଉନ୍ନତ ମାନବ ସଭ୍ୟତା, ପ୍ରାଚୀନ ଶିଳାଲିପି ଦଣ୍ଡାୟମାନ ମୁଖସାଖୀ,କଳା ସଂସ୍କୃତିର ମହୋଦଧି ରେ ସାଂସ୍କୃତିକ ମହୋତ୍ସବ,ଖଡିଆଳ ମହୋତ୍ସବ ୨୦୨୬*
ନୂଆପଡା (ମିଖାଏଲ ନନ୍ଦ)
ତା:୩୧.୦୧. ପ୍ରସ୍ତୁତ ହେଲାଣି ରଙ୍ଗମଞ୍ଚ, ନାଟ୍ୟ ପରମ୍ପରା ରେ ମହକୁ ଥିବା ମାଟି, ସାହିତ୍ୟ ସାଧନାର ସେହି ପୀଠ, ଐତିହ୍ୟ ସ୍ଥାପତ୍ୟର ଗ୍ରନ୍ଥାଗାର, ଉନ୍ନତ ମାନବ ସଭ୍ୟତା, ପ୍ରାଚୀନ ଶିଳାଲିପି ଦଣ୍ଡାୟମାନ ମୁକସାଖୀ,କଳା ସଂସ୍କୃତିର ମହୋଦଧି ରେ ସାଂସ୍କୃତିକ ମହୋତ୍ସବ,ଖଡିଆଳ ମହୋତ୍ସବ ୨୦୨୬। ଆସନ୍ତା ଫେବୃଆରି ୪ ତାରିଖ ରୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ଖଡିଆଳ ସହର ଏକ ଜାତୀୟ ସ୍ତର ଉତ୍ସବ ପାଳନ କରିବ। ବିଭିଧତ୍ତା ମଧ୍ୟରେ ଏକତା ର ବାର୍ତ୍ତା ନେଇ ଜନସାଧାରଣଙ୍କ ଉଦ୍ୟମ ରେ ସମସ୍ତେ ଏକାକାର। ନିଜ ଦକ୍ଷତା ମୁତାବକ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଦର୍ଶକ ଙ୍କ ମଧ୍ୟ ସମାଗମ ରେ କୌଣସି କମି ନ ଥାଏ। କଳାକାର, ଶିଶୁ କଳାକାର ଙ୍କ ଉତ୍ପତ୍ତି ର ପ୍ରାଣ କେନ୍ଦ୍ର ପାଲଟିଥିବା ଏହି ମହୋତ୍ସବ ସମସ୍ତ ପରିବାର କୁ, ଯୋଡ଼ିବାର ପ୍ରୟାସ କରେ। ସମାଲୋଚନା, ଆଲୋଚନା ହେବା ସ୍ବାଭାବିକ ଅଟେ। ଏହା, ପାଳନ କମିଟି କୁ ସୁଦୃଢ କରି ନିଜ ଲକ୍ଷ ପଥରେ ଅଗ୍ରସର ହେବା କୁ ବଲ ପ୍ରଦାନ କରିଥାଏ। ଆସନ୍ତୁ ସଭିଏ ଏହି ମହୋତ୍ସବ ପାଳନ କରି ନିଜ ଉପସ୍ଥିତି ଜାହିର କରିବା। ମାଟିର ଅନନ୍ୟା ପ୍ରତିଭା, ସାଧାରଣ ବ୍ୟକ୍ତି ଙ୍କୁ ଅସାଧାରଣ ପ୍ରତିଭାରେ ପରିଣତ କରିବାର ଦକ୍ଷତା ଭରି ରହିଅଛି। ଜୟପୁର ରେ ହାୱା ମହଲ ସାଂସ୍କୃତିକ ରଙ୍ଗମଞ୍ଚ ରାଜା ଆର୍ତ୍ତତ୍ରାଣ ପଡିଆ କୁ ଉତ୍ସବ ମୁଖରିତ କରୁଅଛି।
