ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରତିଯୋଗିତାରେ ସଫଳତା।
ବ୍ରହ୍ମପୁର -ସ୍ଥାନୀୟ ଅରବିନ୍ଦ ନଗରସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ର ଛାତ୍ରଛାତ୍ରୀ ମାନେ ଉପଖଣ୍ଡସ୍ତରୀୟ ସାଧାରଣତାନ୍ତ ଦିବସ ଉପଲକ୍ଷେ ଜୁନିୟର ସିଭିଲିୟାନ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାରେ ଉକ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।ଏହି କୃତିତ୍ୱ ପାଇଁ ଉପଖଣ୍ଡସ୍ତରୀୟ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ ବିଦ୍ୟାଳୟ କୁ ସାର୍ଟିଫିକେଟ ଓ ସିଲ ଦେଇ ପୁରସ୍କୃତ କରାଯାଇଥିଲା। ଏହି ସଫଳତା ପାଇଁ ଶିଶୁ ମାନଙ୍କ ମନ ରେ ବହୁତ ଖୁସି ର ଲହରୀ ଖେଳିଯାଇଛି। ବିଦ୍ୟାଳୟ ର ଏହି ସଫଳତା ପାଇଁ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ସଭାପତି ତଥା ବିଦ୍ୟାଳୟ ର ପ୍ରାଣପ୍ରତିଷ୍ଠାତା ଶ୍ରୀ ମହନ୍ତ କମଳା କାନ୍ତ ଦାସ ମହାରାଜ, ସଂସ୍ଥାନ ର କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ବିଶୋଇ, ସଂସ୍ଥାନ ର ପରୀକ୍ଷା ପ୍ରମୁଖ ସୁଶ୍ରୀ ଉଷାରାଣୀ ତ୍ରିପାଠୀ, ବିଦ୍ୟାଳୟ ର ପ୍ରଧାନଚାର୍ଯ୍ୟ ରାଜେନ୍ଦ୍ର କୁମାର ପଟ୍ଟନାୟକ, ସମ୍ପାଦକ କୁମୁଦ ରଞ୍ଜନ ପଣ୍ଡା, ଆଚାର୍ଯ୍ୟ ଗୋବିନ୍ଦ ବେହେରା, ନୀଳାଞ୍ଚଳ ସାହୁ, ସରୋଜ ମିଶ୍ର, ଶ୍ରୀକାନ୍ତ ପଟ୍ଟନାୟକ, ଅଶ୍ୱିନୀ ଦାସ ସମେତ ସମସ୍ତ ସେବାବ୍ରତୀ କର୍ମଚାରୀ ଏବଂ ଅଭିଭାବକ ମାନେ ସାଧୁବାଦ ଜଣାଇବା ସହ ଶିଶୁ ମାନଙ୍କର ଏହିପରି ସଫଳତା ଆଗାମୀ ଦିନରେ ଜାରି ରଖିବା ପାଇଁ ଉତ୍ସ। ହିତ କରିଥିଲେ।
