*ନୂଆପଡ଼ା ଜିଲ୍ଲା କୁ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କ ଧାନ ମଣ୍ଡି ପରିଦର୍ଶନ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୯-୦୧
ନୂଆପଡା ଜିଲ୍ଲା ଗସ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଡଃ ଚିତ୍ରସେନ ରାଉତ ଆସି ଜିଲ୍ଲାର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରିଥିଲେ l ତାଙ୍କ ସହିତ ଜଏଣ୍ଟ ରେଜିଷ୍ଟର , କୋଅପରେସନ ବିଭାଗ ଲକ୍ଷ୍ମୀଧର ସୁବୁଦ୍ଧି ମଧ୍ୟ ହାତୀବନ୍ଧା, ନିଲଜୀ ଓ ବୋଡ଼େନ ମଣ୍ଡି ପରିଦର୍ଶନ କରିଥିଲେ l ଉଭୟ ଅଧିକାରୀ ନୂଆପଡ଼ାରେ ଧାନବିକ୍ରିର ସ୍ଥିତି, ଦଲାଲ ମୁକ୍ତ କ୍ରୟ ପ୍ରଣାଳୀ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ l ଚାଷୀ ମାନେ ଠିକ୍ ଭାବରେ ସେମାନଙ୍କ ଧାନର ଉଚିତ୍ ମୂଲ୍ୟ ପାଉଛନ୍ତି ନା ନାହିଁ ଏସବୁ ସେମାନଙ୍କୁ ପଚାରି ବୁଝିଥିଲେ l
ସୂଚନାଯୋଗ୍ୟଯେ ନୂଆପଡ଼ା ଜିଲ୍ଲାରେ ୭୭ ଟି ମଣ୍ଡି ଦ୍ଵାରା ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଆଗେଇ ଚାଲିଛି l ଗତକାଲି ୨୮ ତାରିଖରେ ୩୮୬ ଜଣ ଚାଷୀଙ୍କ ଠାରୁ ୨୮୦୬୪ କ୍ଵିଣ୍ଟାଲ ଧାନ କ୍ରୟ ହୋଇଛି l ବର୍ତମାନ ସୁଦ୍ଧା ୪୬୩୬୭ ଜଣ ଚାଷୀଙ୍କ ଠାରୁ ମୋଟ ୨୨,୭୨,୬୩୨ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଅଛି। ଏହି ଗସ୍ତ ସମୟରେ ଡି ଆର୍ ସି ଏସ୍ , ଜିଲ୍ଲା ସମବାୟ ସମିତି ନିବନ୍ଧକ ଶିବ ପ୍ରସାଦ ସ୍ୱାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ lଉଭୟ ଅଧିକାରୀ ନୂଆପଡା ଜିଲ୍ଲାରେ ଧାନ କିଣା ଓ ଚାଷୀ ମାନଙ୍କ ସମୁଚିତ ମୂଲ୍ୟ ପ୍ରାପ୍ତି ବ୍ୟବସ୍ଥା ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି l
