ସ୍କ୍ରଵ ଟାଇଫସ ରୋଗ ପାଇଁ ବଣାଇଁ ଉପଖଣ୍ଡରେ ସଚେତନତା ପାଇଁ ଦାବି
ବଣାଇଁ ଓଡ଼ିଶାରେ କିଛି ଜିଲ୍ଲାରେ ଏବେ (ଚିଗର୍ସ ପୋକ) କାମୁଡିବା ଫଳରେ ସ୍କ୍ରବ ଟାଇଫସ ରୋଗ ବଢ଼ିବାରେ ଲାଗିଥିବା ବେଳେ ବଣାଇଁ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପରିଲକ୍ଷିତ ଥିବାବେଳେ ଲୋକମାନଙ୍କୁ ସଚେତନ ଶିବିର କରିବା ପାଇଁ ଚର୍ଚ୍ଚା ହେଉଛି। ବଣାଇଁ ଉପଖଣ୍ଡର ଅନେକ ଅଞ୍ଚଳରେ ଜଗଂଲ ପରିବେଶ ଥିବାରୁ ପୋକ ବିଶେଷ କରି ଜଗଂଲରେ ଭିତରେ ଥିବା ସୂଚନା ମିଳିଥିବା ଜଣାପଡ଼ିଛି।ଏହି ସ୍କ୍ରାବ ଟାଇଫସରେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏହା ଧିରେ ଧିରେ ସବୁ ସହରରେ ବ୍ୟାପିବାରେ ଲାଗୁ ଥିବା ଜଣାପଡ଼ିଛି। ଏପଟେ ଡେଙ୍ଗୁ ଓ ଟାଇଫଏଡ୍, ମ୍ୟାଲେରିଆ ରୋଗୀ ଅଧିକ ରହିଥିବା ବେଳେ ଏହା ଏକ ନୂଆଁ ରୋଗକୁ ନେଇ ଏବେ ବଣାଇଁ ଉପଖଣ୍ଡରେ ଅନେକ ଚର୍ଚ୍ଚା ହେଉଥିବା ବେଳେ ଭୟର ବାତାବରଣ ଲୋକଙ୍କ ମନରେ ଦେଖା ଦେଉଥିବା ଜଣାପଡ଼ିଛି ।ଏହି ରୋଗରେ କୌଣସି ଜିଲ୍ଲାରେ କାହାରି ମୃତ୍ୟୁ ହୋଇ ନଥିଲେ ମଧ୍ୟ ଏହି ରୋଗ ହେଲେ ସମସ୍ତଙ୍କୁ ତୀବ୍ର ଯନ୍ତ୍ରଣା, ଜ୍ବର ଆଦି ହେଉଥିବା ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତା ବରଣ ଖେଳି ଯାଇଛି।ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ରୋଗୀଙ୍କ ରୋଗର ଲକ୍ଷଣକୁ ଦେଖି ଡାକ୍ତରଙ୍କ ପରାମର୍ଶରେ ସ୍କ୍ରବ ଟାଇଫସ ରୋଗର ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି। ଗତ ଦୁଇ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲାରେ ରୋଗୀ ଠାରୁ ରକ୍ତ ପରୀକ୍ଷା କିଛି ରୋଗୀ ଚିହ୍ନଟ ରୋଗୀ ଙ୍କର ପଜିଟିଭ ଚିହ୍ନଟ ହୋଇଥିବା ସୁନ୍ଦରଗଡ଼ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ସୂଚନା ଦେଇ ଥିବା ଜଣାପଡ଼ିଛି । ତେବେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚିକିତ୍ସାଳୟରୁ ସଂଗ୍ରହ ହେଉଥିବା ରକ୍ତ ନମୁନା ସୁନ୍ଦରଗଡ଼ ଜିଲ୍ଲାର ମାତ୍ର ଦୁଇଟି ଜାଗାରେ ଏହି ପରୀକ୍ଷା ହେଉଥିବା ବେଳେ ସେ ଦୁଇଟି ହେଲା ସୁନ୍ଦରଗଡ଼ ସଦର ମହକୁମା, ରାଉକେଲାରେ ପରୀକ୍ଷା ଏବେ ବଣାଇଁରେ ମଧ୍ୟ ହୋଉଥିବା ଜଣାପଡିଛି ।ତେବେ ବଣାଇଁ ଅଞ୍ଚଳରେ ଅଧିକାଂଶ ଜଙ୍ଗଲ ଓ ଚାଷ ଜମିକୁ ଯାଉଥିବା ଲୋକଙ୍କୁ ଏହି ପୋକ ଅଧିକ କାମୁଡି ଥିବା ଜଣାପଡିଛି। ଏହି ପୋକ କାମୁଡିବା ଫଳରେ ତିବ୍ର ଜ୍ଵର ସାଙ୍ଗକୁ ତଳି ପେଟ ବଥା ହେବା ଓ ନିଃଶ୍ୱାସ ପ୍ରସ୍ୱାସ ନେବାରେ ଅସୁବିଧା ହେଉଥିବା ଜଣାପଡିଛି। ତେଣୁ ବଣାଇଁ ଅଞ୍ଚଳ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପରିଲକ୍ଷିତ ଥିବାବେଳେ ଏହି ପୋକର ନାମ (ଚିଗର୍ସ ପୋକ) ଏହି ପୋକ କାମୁଡିଲେ ସ୍କ୍ରବ ଟାଇଫସ ରୋଗ ବୋଲି କୁହାଯାଉଛି ବୋଲି ଜଣାପଡିଛି।
