ବେତନଟୀ ବ୍ଲକ ଅଞ୍ଚଳର ଉନ୍ନତିକୁ ଜନତାଙ୍କ ନାପସନ୍ଦ
ବସତି ବହୁଳ ଅଞ୍ଚଳର ଉନ୍ନତି ନକରି ଜନଶୂନ୍ୟ ଅଞ୍ଚଳକୁ ଗୁରୁତ୍ୱ
ବେତନଟୀ ୨୪ /୧ : ବାରିପଦା ଉପଖଣ୍ଡ ଅଧୀନରେ ବେତନଟୀ ବ୍ଲକ ରହିଛି। ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ କୁ ସରକାର ଏନ ଏ ସି ଘୋଷଣା କରିଥିଲା ବେଳେ ଆଗାମୀ ଦିନରେ ଏହି ବ୍ଲକ କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଘୋଷଣା ହେବା କାମ ବାକି ରହିଛି। ସେଥିପାଇଁ ବେତନଟୀ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ଏନ ଏ ସି ଘୋଷଣା ପରେ ଏହି ଅଞ୍ଚଳରେ ସରକାର ଅଧିକ ପାଣ୍ଠି ବିନିଯୋଗ କରି ବେତନଟୀ ଅଞ୍ଚଳ କୁ ଅଧିକ ଉନ୍ନତି କରଣ କରିବେ ବୋଲି ବେତନଟୀ ବାସୀ ଆଶା ବ୍ୟକ୍ତ କରିଛନ୍ତି। ଏନ ଏ ସି ଘୋଷଣା ସରକାର ଙ୍କର ବିଧିବଦ୍ଧ ବ୍ୟବସ୍ଥା ମାଧ୍ୟମ ରେ ନିର୍ବାଚନ ଓ ପାଣ୍ଠି ବିନିଯୋଗ କରାଯିବା ପ୍ରକ୍ରିୟା ବିଳମ୍ବ ରହିଛି। ପଞ୍ଚାୟତ ରାଜ ବ୍ୟବସ୍ଥା ରେ ବିଗତ ସରକାର ବ୍ଲକ ଅଞ୍ଚଳ ଗ୍ରାମ ପଞ୍ଚାୟତ ଅଞ୍ଚଳ ର ଉନ୍ନତି କରଣ ପାଇଁ ବ୍ୟବସ୍ଥା କରିଥିବା ବେଳେ ବର୍ତ୍ତମାନ ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହି ଅଞ୍ଚଳର ଉନ୍ନତି କରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏଥି ପାଇଁ ପଲ୍ଲୀ ସଭା ଓ ଗ୍ରାମସଭା ରୁ ପାସ କରାଇ ବିଧିବଦ୍ଧ ବ୍ୟବସ୍ଥା ରେ ସରକାର ଚିଠା ପ୍ରସ୍ତୁତି କରାଇ ନେଇଛନ୍ତି। ହେଲେ ବେତନଟୀ ବ୍ଲକ ବସ୍ତି ବହୁଳ ଅଞ୍ଚଳ ରେ ଜନତା ଙ୍କ ଉନ୍ନତି ନକରି ଜନଶୂନ୍ୟ ଅଞ୍ଚଳ କୁ ଅଧିକ ଗୁରୁତ୍ୱ ଦେଉଥିବା ପରିଲକ୍ଷିତ ହୋଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର କାରଣ ସାଜିଛି। ଏଭଳିକି ପଲ୍ଲୀ ସଭା ଓ ଗ୍ରାମସଭା ଚିଠା କୁ ମଧ୍ୟ ବାଦ ଦିଆ ଯାଇଥିବାର ଦେଖିବାକୁ ମିଳିଛି। ବେତନଟୀ ବ୍ଲକ ଅଞ୍ଚଳରେ ତ ଅନେକ ସମସ୍ୟା ରହିଛି ଯଦି ବେତନଟୀ ଏନ ଏ ସି ଅଞ୍ଚଳ କୁ ବିଚାର କୁ ନିଆଯାଏ ଇନ୍ଦିରାନଗର ବସ୍ତି ରେ ଅନେକ ମାଟି ରାସ୍ତା ରହିଛି ଯାହା ଉନ୍ନତି କରଣ ହୋଇନାହିଁ, ସେହି ଭଳି ଦଣ୍ଡପାଟ ସାହିର ତିନୋଟି ମାଟି ରାସ୍ତା ଉନ୍ନତିକରଣ ପାଇଁ ଗୁରୁତ୍ୱ ଦିଆଯାଇନାହିଁ। ମଧୁ ସାହି ର ରାସ୍ତା ସମସ୍ୟା ମଧ୍ୟ ରହିଛି। ସଠିଲୋ ହରିଜନ ସାହିର କୁନି କୁନି ପିଲା ମାନେ ବର୍ଷା ଦିନେ ସଠିଲୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଆସିବା ପାଇଁ ରାସ୍ତା ପାଣି ରେ ବୁଡି ଯାଉଥିବାରୁ ରାସ୍ତା ପାଠ ପଢ଼ାରେ ପ୍ରତିବନ୍ଧକ ସାଜିଛି। ବେତନଟୀ ସାହିରେ ଡ୍ରେନ ସମସ୍ୟା ଓ ରାସ୍ତା ସମସ୍ୟା ମଧ୍ୟ ରହିଛି, ଏଭଳି କି ଅଙ୍ଗନବାଡି ଘର ମଧ୍ୟ ନାହିଁ, ଉଠାଣି ଉପରେ ଅଙ୍ଗନବାଡି ଗୃହ ଜରାଜୀର୍ଣ ଅବସ୍ଥା ରେ ରହିଛି। ଶୁଖିଲାହାର ପାଣି ପଞ୍ଚାୟତ ଘର ଡେମେଜ ଅବସ୍ଥା ରେ ରହିଛି। ଏହି ସ୍ଥାନଟି ବର୍ଷା ଦିନରେ ପାଣିରେ ବୁଡି ରହୁଥିବାରୁ ଭୟ ରେ ସୁଇଜ ମାରିବା ପାଇଁ କେହି ଯାଉ ନଥିବାରୁ ସେଠାକାର ବାସୀ ଙ୍କୁ ପାଣି ମିଳେ ନାହିଁ। ଏଥି ପ୍ରତି ମଧ୍ୟ ଗୁରୁତ୍ୱ ଦିଆ ଯାଇନାହିଁ। ଆନନ୍ଦ ବଜାର ରୁ ହାଟ ଛକ ରାସ୍ତା ପୁରାପୁରି ନଷ୍ଟ ହୋଇପଡିଛି। ବେତନଟୀ କଲେଜ ରୋଡ଼ ରେ ରହିଥିବା ବେତନଟୀ ନର୍ସିଂ ସ୍କୁଲ ସାମ୍ନା ରେ ମାଟି ରାସ୍ତା ରହିଛି, ବର୍ଷା ହେଲେ ରାସ୍ତା ବୁଡି ଯାଉଛି ପାଣି ନିଷ୍କାସନ ହେଉନାହିଁ। ଶୁଖିଲାହାର ସ୍କୁଲ ପାଖରୁ ଶୁଖିଲାହାର ଗାଁ ପାଇଁ ରାସ୍ତା ଶୋଚନୀୟ ରହିଛି। ବେତନଟୀ ଏନ ଏ ସି ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅଛି। ବର୍ଷା ଜଳ ନିଷ୍କାସନ ହେବାର ବ୍ୟବସ୍ଥା ନଥିବାରୁ ବସ୍ତି ବାସିନ୍ଦା ଙ୍କ ଘର ମଧ୍ୟ ପାଣିରେ ବୁଡି ଯାଉଛି। ବର୍ଷା ଦିନରେ ଡ୍ରେନେଜ ପାଣି ରାସ୍ତା ଉପରେ ଦୋକନ ଭିତର କୁ ମଧ୍ୟ ପଶୁଛି ଏଥି ପ୍ରତି ଗୁରୁତ୍ୱ ଦିଆ ଯାଉନଥିବା ବେଳେ ଜନଶୂନ୍ୟ ଓ ବସ୍ତି ଶୂନ୍ୟ ଅଞ୍ଚଳରେ ଥିବା ବେତନଟୀ ପୋଖରୀ ଉନ୍ନତି କରଣ ପାଇଁ ୪୨ଲକ୍ଷରୁ ଉର୍ଦ୍ଧ ଟଙ୍କା ବିନିଯୋଗ କରାଯାଇଛି। ଏହି ପୋଖରୀ ସାଧାରଣ ଜନତା ଙ୍କ କାମରେ ଲାଗୁନଥିବା ବେଳେ ବେତନଟୀ ଗ୍ରାମ ପଞ୍ଚାୟତ ପାଖରେ ରହିଥିବା ଗୁଡ଼ି ପୋଖରୀ ଓ ବେତନଟୀ ହାଟ ପଛପଟେ ଥିବା ଶୁଖିଲାହାର ବନ୍ଧ, ମହୁଲିଆ ପୋଖରୀ, ରେଣୁଗାଁ ପୋଖରୀ, ସଠିଲୋ ପୋଖରୀ ଜଳାଶୟରେ ଚାରିପାଖରେ ବସ୍ତି ଘେରି ରହିଥିବା ବେଳେ ବସ୍ତି ବାସିନ୍ଦା ଓ ବଜାର ଲୋକ ଅଧିକ ନିର୍ଭରଶୀଳ ରହୁଥିବା ଏହି ଜଳାଶୟ କୁ ଉନ୍ନତି କରଣ କରା ନଯାଇ ବସ୍ତି ଶୂନ୍ୟ ଅଞ୍ଚଳ ର ବେତନଟୀ ପୋଖରୀ କୁ ଉନ୍ନତି କରାଯିବା କେତେ ଯଥାର୍ଥ ତାହା ବିଚାର ଯୋଗ୍ୟ। ଏଭଳି କାର୍ଯ୍ୟକୁ ବେତନଟୀ ବାସୀ ନାପସନ୍ଦ କରିଛନ୍ତି। ଜନତାଙ୍କ ଟିକସ ଟଙ୍କା କୁ ଜନତାଙ୍କ ଉନ୍ନତି କଳ୍ପେ ବିଚାର ନକରି ପାଣ୍ଠିର ସଠିକ ଉପଯୋଗ ନହେବା ଏହା ବେତନଟୀ ବାସୀ ଙ୍କ ଅସନ୍ତୋଷ ର କାରଣ ସାଜିଛି। ଏହି କାର୍ଯ୍ୟ କେଉଁ ଉଦେଶ୍ୟ ରେ କାହା ସ୍ୱାର୍ଥ ରେ ଲୋକଙ୍କ ଟଙ୍କା କୁ ବିନିଯୋଗ କରାଯାଉଛି। ବେତନଟୀ ଜନତାଙ୍କ ପକ୍ଷରୁ ପ୍ରଶ୍ନ ଉଠିଛି। ଏଭଳି କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶାସନ ଓ ସରକାର ଗୁରୁତ୍ବ ଦେଇ ବିଚାର କରିବାର ଆବଶ୍ୟକତା ଅଛି ବୋଲି ବେତନଟୀ ଅଞ୍ଚଳ ବାସୀ ଦାବି କରିଛନ୍ତି। ବେତନଟୀ ଜେ ଇ ଇ ପ୍ରଶାନ୍ତ ବେହେରା ଙ୍କୁ ପଚାରିବାରୁ ଉନ୍ନତି କରଣ କାମ ପାଇଁ ଏ ଇ ଇ ଫିଜିବିଲିଟି ରିପୋର୍ଟ ଦେବା ପରେ କାମ ହେଉଛି ବୋଲି କହିଛନ୍ତି।
