ନୂଆପଡା ଜିଲ୍ଲା ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ପଲିଥିନ ଯାଞ୍ଚ, କିରାନା ବ୍ୟବସାୟୀ ଙ୍କ ଠାରୁ ୫୦୦/- ଟଙ୍କା ଜରିମାନା ଆଦାୟ*
*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ପଲିଥିନ ଯାଞ୍ଚ,ବ୍ୟବସାୟୀ ଙ୍କ ଠାରୁ ୫୦୦/- ଟଙ୍କା ଜରିମାନା ଆଦାୟ ହୋଇଅଛି। ଖରିଆର ରୋଡ ସାପ୍ତାହିକ ବଜାର ଥିବା ବେଳେ ବାହାରୁ ବହୁ ବ୍ୟବସାୟୀ ଆସି ନିଜ ପସରା ମେଲାଇ ଧନ୍ଦା କରିଥାନ୍ତି। ଆଜି ଖରିଆର ରୋଡ ଏନ୍ ଏ ସି ପକ୍ଷ ରୁ ପଲିଥିନ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ କିରାନା ବ୍ୟବସାୟୀ ଠାରୁ ୫୦୦/- ଟଙ୍କା ଆଦାୟ ହୋଇଅଛି। ଏହି ଯାଞ୍ଚ ବେଳେ ଖରିଆର ରୋଡ ନିର୍ବାହୀ ଅଧିକାରୀ କାମଳସନ ରଥ ସହ କର୍ମଚାରୀ ମାନେ ଯୋଗ ଦେଇଥିଲେ।ନୂଆପଡ଼ା ଜିଲ୍ଲା ଏକକ ବ୍ୟବହାର ପଲିଥିନ ମୁକ୍ତ ଜିଲ୍ଲା ଅଟେ। ସଚେତନ ନାଗରିକ ମାନେ ଏଥି ପ୍ରତି ଯତ୍ନବାନ ହେବାକୁ ଆହ୍ବାନ କରିଛନ୍ତି
