ଜଳିଗଲା ତିନି ବଖରା ଘର, ସାହାଯ୍ୟର ହାତ ବଢ଼େଇଲେ ସମାଜ ସେବୀ।
ପରଜଙ୍ଗ : ୨୪।୦୧ (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ)
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଧରା ଗ୍ରାମର ଫେତେଇସିଙ୍ଗି ସାହିରେ ନୀଳମଣି ପଧାନଙ୍କ ତିନି ବଖ ରା ଚାଳଘର ଅଗ୍ନିକାଣ୍ଡରେ ଜଳିଯାଇଛି । ଏଥିରେ ଘର ଭସ୍ମୀଭୂତ ହେବା ସହିତ ଆବାସ ପତ୍ର ପୋଡି ପାଉଁଶ ହୋଇଯାଇଥିଲା। ନିଳମଣି ଜଣେ ଦିନ ମଜୁରିଆ ହୋଇଥିବା ବେଳେ ନିଳମଣିଙ୍କ ସ୍ତ୍ରୀ ଶଶି ୯ ମାସର ଗର୍ଭବତୀ ଅଛନ୍ତି। ପରିବାର ଖୋଲା ଆକାଶ ତଳେ ପଡିରହିଛନ୍ତି ଖାଇବା ପାଇଁ ମୁଠାଏ ଚାଉଳ ନାହିଁ। ଖବର ପାଇ ଅଗ୍ନିବିପନ୍ନ ପରିବାର କୁ ସାହାଯ୍ୟ ର ହାତ ବଢ଼ାଇଲେ ପିହୁ ଦେବ ରଞ୍ଜନ ସାମଲ (ଦେବଭାଇ ) ଓ ସମାଜସେବୀ ଅସହାୟପ୍ରେମୀ ଦୁଃଖବନ୍ଧୁ ବିଶ୍ୱାଳ , ଫୋକସପ୍ଲସ ସାମ୍ବାଦିକ ପ୍ରବିଣ ନାଏକ ଜଶବନ୍ତ ପରିଡ଼ା ଏବଂବୈଦ୍ୟାନ୍ୟ ବ୍ୟକ୍ତି ।ରାସନସାମଗ୍ରୀ ସହିତ ପୋଷାକ ଆର୍ଥିକ ସହାୟତା ଯୋଗାଇ ଦେଲେ , ପିହୁ ଦେବ ରଞ୍ଜନ ସାମଲ ଏହି ଖବର ଗଣ ମାଧ୍ୟମ ରେ ପ୍ରଶାରଣ ଖବର ପାଇ ପିହୁ ଦେବରଞ୍ଜନ ସାମଲ ଫେତେଇସିଙ୍ଗି ନିଳମଣି_ପଧାନ ଙ୍କ ପାଖକୁ ଆର୍ଥିକ ସହାୟତା ସହିତ ରାସନସାମଗ୍ରୀ ପୋଷାକ ସହିତ ଆସବାପତ୍ର କମ୍ବଳ ଲୁଗା ଇତ୍ୟାଦି ସାହାଯ୍ୟ ସହଯୋଗ କରିଛନ୍ତି , ପିହୁ ଦେବ ରଞ୍ଜନ ସାମଲ ( ଦେବଭାଇ) ଙ୍କ ର ଓ କିଛି ବୈଦ୍ୟାନ୍ୟ ବ୍ୟକ୍ତି ଏଇଭଳି ସେବା ଦେଖି ସାଧୁବାଦ ଜଣାଇଛନ୍ତି ଗ୍ରାମବାସୀ।
