ତେର ମାସର କୁନି ଝିଅକୁ ଛାଡ଼ି ଚାଲିଗଲା ମା : ଶୋଇଥିବା ସମୟରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ମୃତ୍ୟୁ ଚିରନ୍ତନ ସତ୍ୟ, ମୃତ୍ୟୁ କେବେ କେତେ ବେଳେ ଆସେ କାହୁକୁ ଜଣା ନଥାଏ। ଆଜି ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ସୋର ବ୍ଳକରେ । ଶୋଇଥିବା ସମୟରେ ୧୩ ମାସର କୁନି ଝିଅକୁ ଛାଡ଼ି ଚାଲିଗଲା ମାଆ। ଏମିତି ଏକ ଦୁଃଖଦ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୋଳ ପରିସ୍ଥିତି ସୃଷ୍ଟି କରିଛି। ସୋର ବ୍ଲକ ବାଳଙ୍ଗ ପଞ୍ଚାୟତ ପନନ୍ଦା ଗ୍ରାମରର ପ୍ରଶାନ୍ତି ନାୟକଙ୍କ ସ୍ତ୍ରୀ ରୁନି ନାୟକ (୨୮)ଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରୁନି ଗତକାଲି ରାତିରେ ନିଜ ବାପ ଘରେ ଶୋଇଥିବା ବେଳେ ରୁନିଙ୍କ କୁନି ଝିଅର କାନ୍ଦ ଶୁଣି ରୁନିଙ୍କ ମାଆ ଅଚେତ ଅବସ୍ଥାରେ ଝିଅକୁ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ବିଳମ୍ବିତ ରାତିରେ ବାପ ଘର ଲୋକେ ରୁନିଙ୍କୁ ସୋର ଡାକ୍ତରଖାନାକୁ ନେଇ ଯାଇଥିଲେ। ମାତ୍ର ଡାକ୍ତରଖାନାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ ସୋର ପୋଲିସ ପହଁଚି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ପୋଲିସ ତରଫରୁ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଛି। ରୁନିଙ୍କ ସ୍ବାମୀ ବେଙ୍ଗଲୋରରେ କାମ କରୁଥିବା ବେଳେ ତାଙ୍କର ଏକ ୧୩ ମାସର କୁନି ଝିଅ ଅଛି। ରୁନିଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି।
