କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ…
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):ସୋର ବ୍ଲକ କେଦାରପୁର ସ୍ଥିତ ଭୂମିପୁତ୍ର ସେବା ପ୍ରତିଷ୍ଠାନ ତରଫରୁ ନୂଆ ଦିଲ୍ଲୀର ଗୁଞ୍ଜ ଅନୁଷ୍ଠାନ ସହଯୋଗରେ ସୋର ସହରାଞ୍ଚଳ ରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନଷ୍ଠିତ ହେଇଯାଇଛି। ସହରାଞ୍ଚଳ ରେ ରାତିରେ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ଭୂମିପୁତ୍ର ସେବା ପ୍ରତିଷ୍ଠାନ ର ସମ୍ପାଦକ ଶିଶିର ଦାଶ ପରିଚାଳନା କରିଥିଲେ। ଆଗାମୀ ଦିନରେ ଆହୁରି ଅଧିକ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯିବ ବୋଲି ସୂଚନା ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସୋର ର ସାମ୍ବାଦିକ ମାନେ ଓ ଭୂମିପୁତ୍ରର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
