ସୁବାସ ଜୟନ୍ତୀ ପାଳିତ
—————————-
ତା/୨୪/୦୧/୨୬(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ):
ସାରସକଣା ବ୍ଲକ୍ ଅନ୍ତର୍ଗତ ଉମାଦେଇପୁର ପଞ୍ଚାୟତ ଅଧିନରେ ଥିବା ପାନ୍ଧଡା ଗ୍ରାମ ର ଏକ ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନ
ଆଦିବାସୀ ଓ ମହିଳା ଉନ୍ନୟନ ସୋସାଇଟି ଓ ମେରା ଯୁବ ଭାରତ , ଭାରତ ସରକାର ଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶାଳୟ ମିଳିତ ଉଦ୍ୟମରେ ହରିଶ୍ଚନ୍ଦ୍ର ନୂତନ ସରକାରୀ ବିଦ୍ୟାଳୟ, ପାନ୍ଧଡା ରେ ସୁବାସ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ପ୍ରୟାସ ଜାରି ରଖିଥିଲେ ସଂସ୍ଥା ର ଯୁଗ୍ମ ନିର୍ଦ୍ଦେଶକ ଦେବାଶିଷ ଶତପଥୀ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ର ଚେୟାରମେନ ଉପେନ୍ଦ୍ର କୁମାର ପ୍ରଧାନ ସୁବାସ ଚନ୍ଦ୍ର ବୋଷ ଙ୍କ ଫୋଟ ଚିତ୍ର କୁ ପୁଷ୍ପ ନୈବେଦ୍ୟ ଅର୍ପଣ କରିଥିଲେ। ପ୍ରଥମେ ପ୍ରାରମ୍ଭିକ ଭାଷଣ ଦେଇଥିଲେ ପ୍ରଧାନଶିକ୍ଷକ ଦୀପକ ବେହେରା । ଯୁଗ୍ମ ନିର୍ଦ୍ଦେଶକ ଦେବାଶିଷ ଶତପଥୀ ଜୟନ୍ତୀ ପାଳନ କରିବାର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏହାପରେ ସୁବାସ ଚନ୍ଦ୍ର ବୋଷ ଉପରେ ଏକ ତର୍କ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା । କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ସ।ର୍ଟିଫିକେଟ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଉପେନ୍ଦ୍ର କୁମାର ପ୍ରଧାନ। ପରିଶେଷରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ସମସ୍ତ ଙ୍କୁ ବିଶଦ ଭାବେ ବୁଝାଇଥିଲେ । ଶିକ୍ଷକ ଅରୁଣ ବାବୁ ଧନ୍ୟବାଦ୍ ଦେଇଥିଲେ।ଉଞ୍ଜଦୁତ ଖବର।
