ବିଞ୍ଝlରପୁର ଭଞ୍ଜଦୂତ(ନି.ପ୍ର)
ରିପୋର୍ଟର-ମାନସ କୁମାର ସାହୁ
ଲୋକାରଣ୍ୟ ରେ ଶେଷ ହେଲା ଯାଜପୁର ପ୍ରସିଦ୍ଧ ବରୁଣେଶ୍ଵର ମେଳା.
ବିଶ୍ୱାସର ଅନ୍ୟନାମ ବରୁଣେଶ୍ଵର.ଯେଉଁଠି ପଥର କହେ କିମ୍ବଦନ୍ତୀର କାହାଣୀ. ଶେଷ ଦିନରେ ବାବାଙ୍କୁ ଦର୍ଶନ କରିଲେ ଲକ୍ଷାଧିକ ଶୁଦ୍ଧାଳୁ. ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ କ୍ଷେତ୍ର ବାବା ବରୁଣେଶ୍ଵର ପୀଠରେ ସମାପ୍ତ ହୋଇଛି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ନଅ ଦିନ ଧରି ମେଳା ଚ଼ାଲିଥାଏ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ. ଶ୍ରଦ୍ଧାଳୁ ଯାତ୍ରୀ ଦିନ ସମୟରେ ବାବା ବରୁଣେଶ୍ଵରଙ୍କ ଦର୍ଶନ ସାରିବା ପରେ ମେଳାରେ ଭରପୂର ମଜା ଉଠାଇଥିଲେ. ମେଳାରେ ଅlବାଳ ବୃଦ୍ଧ ବନିତା ମନୋରଞ୍ଜନ ନିମନ୍ତେ ମେଳାରେ ବିଭିନ୍ନ ମାଧ୍ୟମରେ ମଜା ଉଠାଇଥିଲେ. ମେଳାରେ ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଖାଦ୍ୟର ପସରା ମେଲିବା ସହ ଭଳି କି ଭଳି ଦୋଳି ମଧ୍ୟ ଲାଗିଥିଲା. ମେଳାକୁ ସରସ ସୁନ୍ଦର କରିବା ପ୍ରଶାସନ ପକ୍ଷରୁ ପଲ୍ଲୀଶ୍ରୀ ମେଳା ଓ ହସ୍ତତନ୍ତ ପ୍ରଦର୍ଶନୀ ମାନ କରାଯାଇଥିଲା. ଯାତ୍ରାପ୍ରେମୀ ମାନେ ରାତିରେ ୬ଟି ଅପେରା ପାର୍ଟି ପରିବେଶିତ କରିଥିବା ନାଟକ ଦେଖି ବେଶ୍ ଖୁସି ଅନନ୍ଦ ଲାଭ କରିଥିଲେ. ପଥର ନିର୍ମିତ ଘରକରଣା ସହ ମନୋହରୀ ବ୍ୟବସାୟୀଙ୍କ ଦୋକାନ ର ଯାତ୍ରୀମାନଙ୍କ ଭିଡ଼ ଲାଗିଥିଲା. ଖାଲି ଯାଜପୁର ନୁହେଁ ପଡ଼ୋଶୀ ଜିଲ୍ଲା କଟକ, କେନ୍ଦ୍ରାପଡ଼ା,କେଉଁଝର, ଭଦ୍ରକ,ଜଗତସିଂହପୁର ଆଦି ଅନ୍ୟ ଜିଲ୍ଲାରୁ ବହୁ ଯାତ୍ରୀ ଉତ୍ସୁକତା ସହ ମେଳା ବୁଲିବାକୁ ଆସିଥିବା ଦେଖିବାକୁ ମିଳିଥିଲା. ମେଳାରେ ହଜୁଥିବା ଛୋଟ ଛୋଟ ପିଲାଙ୍କୁ ଖୋଜିବା ଓ ଶାନ୍ତିଶୃଙ୍ଖଳା ରକ୍ଷା ସହ ଭିଡ଼କୁ ନିୟନ୍ତ୍ରଣ କରିବାକୁ ବିଞ୍ଝାରପୁର ପୋଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା. କର୍ମମୟ ଜଞ୍ଜାଳ ଭିତରେ ତେଲଲୁଣ ର ସଂସାର ଚ଼ିନ୍ତାରେ ପ୍ରତିଦିନ ମଣିଷ ବିଷାଦଗ୍ରସ୍ତ ହେଉଥିବା ବେଳେ ପଲ୍ଲୀ ଅଞ୍ଚଳରେ ଆୟୋଜିତ ହେଉଥିବା ମେଳା ସାଧାରଣ ଜନତାର ପ୍ରାଣରେ ଅମୃତ ସ୍ପର୍ଶ ଦେଇଥାଏ. ମେଳା ଗୁଡ଼ିକ ଅବହେଳିତ ସମାଜକୁ ହଜିଯାଉଥିବା ସଂସ୍କୃତି ଓ ଅବଲୁପ୍ତ ସାହିତ୍ୟ କୁ ପୁନର୍ବାର ଗୋଟିଏ ସୂତ୍ରରେ ବାନ୍ଧି ରଖିଥାଏ.
