ବେଲଟିକିରି ସରସ୍ବତୀ ଶିଶୁବିଦ୍ୟାମନ୍ଦିର ୧୯ ତମ ବାର୍ଷିକୋତ୍ସବ।
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ : ବେଲଟିକିରି ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବୁଧବାର ୧୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ଉପ ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥିଭାବେ ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ସ୍ଵାଗତ ଭାଷଣ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ବିବେକାନନ୍ଦ ସାମଲ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କୃଷ୍ଣ ଚନ୍ଦ୍ର ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିକାଶ କୁମାର ଦାସ ଯୋଗଦେଇ ଶିକ୍ଷାର ଉନ୍ନତିରେ ସମାଜର ଉନ୍ନତି ଶିକ୍ଷା ଜୀବନର ଆଲୋକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଦୁର୍ଗା ମାଧବ ପୃଷ୍ଟି ଉପସ୍ଥିତ ହୋଇ
ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ ଅଭିଭାବକାଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଶିକ୍ଷା ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଭାଗିଦାରୀ ଅଧିକ। ଏହି ଅବସରରେ କୃତ୍ତି ଛାତ୍ର ଛାତ୍ରୀଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ। କୋଷାଧ୍ୟକ୍ଷ ପରମାନନ୍ଦ ବେହେରା ସମସ୍ତଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ଯାମନ୍ଦିର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା। ଶିଶୁ ବିଦ୍ୟାମନ୍ଦିର ସମସ୍ତ ଗୁରଜୀ ଗୁରୁମା ଏବଂ ବିଦ୍ୟାଳୟର ପୂର୍ବତନ ସଭାପତି ସତ୍ୟବ୍ରତ ଦାଶ ବାର୍ଷିକ ଉତ୍ସବର ବ୍ୟବସ୍ଥାକୁ ସୁପରିଚାଳନା କରିଥିଲେ। କମିଟିର ସମସ୍ତ ସଦସ୍ୟ ସଦସ୍ୟା ଏଥିରେ ସକ୍ରିୟ ସହଯୋଗ କରିଥିଲେ।
