ତାରପୁର ଓ ରେଢୁଆ ଗ୍ରାମପଞ୍ଚାୟତରେ ଖୋଲିଲା ଧାନ ମଣ୍ଡୀ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ଗ୍ରାମପଞ୍ଚାୟତରେ ଶିବଶକ୍ତି ମହିଳା ଗୃପର ସଭାପତି କାମିନୀ ସ୍ଵାଇଁ ଓ ସମ୍ପାଦକ ଅର୍ନପୂର୍ଣ୍ଣା ସ୍ଵାଇଁଙ୍କ ତତ୍ବାବଧାନରେ ତାରପୁର ସରପଞ୍ଚ ସୁଷମା ମଲ୍ଲିକ ଓ ସମିତି ସଭ୍ୟା ପୂଜାଲତା ଦାସ କଣ୍ଟା ପୂଜା ପରେ ଫିତା କାଟି ମଣ୍ଡିର ଶୁଭ ଉଦ୍ଦଘାଟନ କରିଥିଲେ। ରଘୁନାଥପୁର କେନ୍ଦ୍ର ସମବାୟ ବ୍ଯାଙ୍କ ଶାଖା ପରିଚାଳକ ଅଜୟ କୁମାର ପରିଜା, ନାରାୟଣ ମହାରଣା, ହରିଶଚନ୍ଦ୍ର ବାରିକ, ଅକ୍ଷୟ ପାଣିଗ୍ରାହୀ ଉପସ୍ଥିତ ରହି ଧାନମଣ୍ଡି ଉଦ୍ଦଘାଟନ କରିଥିଲେ। ଏହି ଉତ୍ସବରେ ପୂର୍ବତନ ସମିତିସଭ୍ୟ ତଥା ଯୁବନେତା ଅନ୍ତର୍ଯ୍ୟାମି ରାଉତ, ଟନା ପଣ୍ଡା, ଅଭିରାମ ପରିଡା, ବିନୋଦ ବିହାରୀ ମହାନ୍ତି ସମେତ ତାରପୁର, ଅଚ୍ଚୁତପୁର, ଗୋକଳପୁର, ହରିଶପୁର ଓ ଖଣ୍ଡତରି ଗ୍ରାମର ବହୁ ଚାଷୀ ଉପସ୍ଥିତ ଥିଲେ। ୩୩୨ ଚାଷୀ ଧାନ ବିକ୍ରୟ ପାଇଁ ଅନଲାଇନରେ ନାମ ପଞ୍ଜୀକରଣ କରିଥିବାର ଜଣାପଡିଥିଲା ବେଳେ ଦୁଇ ହଜାର କୁଇଣ୍ଟାଲ(୨୦୦୦) ଧାନ କ୍ରୟ କରିବାପାଇଁ ଅନୁମତି ମିଳିଛି ବୋଲି ସଭାପତି କାମିନୀ ସ୍ଵାଇଁ ପରିପ୍ରକାଶ କରିଛନ୍ତି। ସେହିଭଳି ଭାବରେ ରେଢୁଆ ଗ୍ରାମପଞ୍ଚାୟତର କୃଷି ସମବାୟ ସମିତିର ସଭାପତି ପ୍ରଦୀପ କୁମାର ମହାନ୍ତି ଓ ଉପସଭାପତି ନଳିନୀ ଦାସ ,ସରପଞ୍ଚ କିଶୋରଚନ୍ଦ୍ର ବେହେରା, ସମିତିସଭ୍ୟ ବିଶ୍ଵଜିତ ଦାସ, ତଅଁରା ଗ୍ରାମପଞ୍ଚାୟତର ସରପଞ୍ଚ ବଟକୃଷ୍ଣ ନାୟକ, ସମିତିସଭ୍ୟା ଶାନ୍ତିଲତା ଦ୍ଵିବେଦୀ ଓ ଜିଲ୍ଲାପରିଷଦ ଇତିଶ୍ରୀ ମଲ୍ଲିକଙ୍କ ଉପସ୍ଥିତିରେ ରେଢୁଆ ଗ୍ରାମପଞ୍ଚାୟତ ଓ ତଅଁରା ଗ୍ରାମପଞ୍ଚାୟତର ବହୁ ଚାଷୀଙ୍କ ଉପସ୍ଥିତିରେ ଫିତା କାଟି ଧାନମଣ୍ଡି ଖୋଲାଯାଇଥିଲା। ଏହି ସମିତିରେ ମୋଟ ୪୩୨ ଚାଷୀଙ୍କ ନାମପଞ୍ଜିକରଣ କରାଯାଇଛି ବୋଲି ଜଣାପଡିଛି l
