*ଦେବସେନା ପକ୍ଷରୁ ବୃକ୍ଷରୋପଣ*
ବସ୍ତା:- ୨୨/୦୧ (ନି ପ୍ର)
ବସ୍ତା ବ୍ଳକ ବରୁଣଗଡିଆ ଗ୍ରାମ ପଞ୍ଚାୟତ ସଦାନନ୍ଦପୁର (ପଦ୍ମପୁର) ଗ୍ରାମରେ ଦେବସେନା ବ୍ଲକ୍ ସଭାପତି ଯୋଗୀ ଅନ୍ତର୍ଯ୍ୟାମୀ ରାଉଳଙ୍କ ତତ୍ବାବଧାନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଓ ଶ୍ରଦ୍ଧାଞଳୀ ସଭାର ଆୟୋଜନ ହୋଇଯାଇଛି। ଦେବସେନା ସଂଗଠନର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀମାନ ଶଙ୍କର ଜେନାଙ୍କ ବାପା ବିଶିଷ୍ଠ ସମାଜସେବୀ ମିଷ୍ଠଭାଷି ଧର୍ମପରାୟଣ ସ୍ବର୍ଗତ୰ ବଂଶୀଧର ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକିରେ ବହୁ ମାନ୍ଯଗନ୍ଯ ବ୍ୟକ୍ତି ଉପସ୍ଥିତ ରହି ସୃତି ଚାରଣ କରିବା ସହିତ ବୃକ୍ଷରୋପଣ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ। ତତ୍ ସହିତ ଦେବସେନା ପକ୍ଷରୁ ବିଭିନ୍ନ ପ୍ରଜାତିର ଚାରାଅତିଥି ମାନଙ୍କୁ ବିତରଣ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ଅଚ୍ୟୁତ ରାଉଳ, ଉମେଶ ବେହେରା, ନରେନ୍ଦ୍ର ପରିଡ଼ା, କବିତା ସୁର, ସମ୍ଭୁନାଥ ସୁର, ସୃଷ୍ଟିଧର ଦାସ ଅଧିକାରୀ, ବଂଶୀଧର ଭାଇ, ସାଧୁଚରଣ ଭାଇ, ସସ୍ମିତା ରାଉଳ, ସବିତା ରାଉଳ, ଜଗବନ୍ଧୁ ଜେନା, ବଳିଆ ଦତ୍ତ, ସୀତାରାମ ଭଦ୍ର, ଅଭିରାମ ଜେନା ସହଯୋଗ କରିଥିଲେ।
