
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆମ ଆଦମୀ ପାର୍ଟି, ଭୀମ ଆର୍ମୀ ଓ କେଉଟ, କୈବର୍ତ୍ତ, ଧିବର ହଟାଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚେତାବନୀ। ବୀରମହାରାଜପୁର ଉପଖଣ୍ଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କେଉଟ,କୈବର୍ତ୍ତ, ଧୀବର ହଟାଓ ଅଲ ଓଡିଶା କ୍ରିୟାନୁଷ୍ଠାନ କମିଟି ଆବାହକ ଡିଙ୍ଗର କୁମ୍ଭାର ଏକ ସାମ୍ବାଦିକ ସମ୍ବିଳନୀ ଜରିଆରେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼କ୍ଟର ମୁକେଶ ମହାଳିଙ୍ଗ ଙ୍କ ଜାତିଗତ ପ୍ରମାଣ ପତ୍ର କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମନ୍ତ୍ରୀ ଶିକ୍ଷା ଅଧ୍ୟୟନ ସମୟରୁ ଚଞ୍ଚକତା କରି ଅନୁସୂଚିତ ଜାତି ଭାବରେ ସମସ୍ତ ସରକାରୀ ସୁବିଧା ହାତଉଛନ୍ତି। ସେ ସବୁ ଫେରାଇବା ସହିତ ତୁରନ୍ତ ନୈତିକତା ଦୁଷ୍ଟିରୁ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଥିଲେ ରାଜ୍ୟ ଆବାହକ ଧୀମାନ୍ ଡିଙ୍ଗର କୁମ୍ଭାର। ମନ୍ତ୍ରୀଙ୍କ ବିରୁଦ୍ଧରେ ରେ ଉତ୍ତରାଞ୍ଚଳ ରାଜସ୍ବ କମିଶନ ଙ୍କ କୋର୍ଟ ରେ ମାମଲା ବିଚାରାଧୀନ ରହିଅଛି l ମନ୍ତ୍ରୀ କୋର୍ଟ ର ନିର୍ଦ୍ଧାରିତ ତାରିଖ ରେ କୋର୍ଟରେ ହାଜର ହୋଇନଥିବା ର ମଧ୍ୟ ସୂଚନା ଦେଇଥିଲେ। ମନ୍ତ୍ରୀ ଡ଼କ୍ଟର ମହାଳିଙ୍ଗ ବରିଷ୍ଠ ମନ୍ତ୍ରୀ ଥିବାରୁ ମାମଲା ର ରଫା ଦଫା କରି ପାରନ୍ତି ବୋଲି ଅଭିଯୋଗକାରୀ ଡିଙ୍ଗର କୁମ୍ଭାର ଆଶଙ୍କା ପ୍ରକାଶ କରିଛନ୍ତି। ଯଦି ତୁରନ୍ତ ମନ୍ତ୍ରୀ ମହାଳିଙ୍ଗଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ନହୁଏ ତାହେଲେ ୯୦ଲକ୍ଷ ଅନୁସୂଚିତ ବର୍ଗର ଲୋକ ଏକତ୍ରିତ ହୋଇ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଡିଙ୍ଗର କୁମ୍ଭାର । ଉକ୍ତ ସାମ୍ବାଦିକ ସମ୍ବିଳନୀ ରେ ଶ୍ରୀ କୁମ୍ଭାର ଙ୍କ ସହିତ ଆମ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ସୁରେଶ କଲତା, ଉପସଭାପତି ପୃଥ୍ୱୀରାଜ ଜଗଦଲା, ଭୀମ ଆର୍ମୀ ସୋନପୁର ଜିଲ୍ଲା ସଭାପତି ପ୍ରଦୀପ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଜାତି ପରେ ପାର୍ଟି ବୋଲି ସମସ୍ତ ଦଳିତ ସଂଗଠନ ଏକତ୍ରିତ ଏହି ସଙ୍ଗୀନ୍ ଅଭିଯୋଗ ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି।