*ନୂଆପଡାରେ ଓରମାସ ORMAS ଆନୁକୁଲ୍ୟରେ କ୍ରେତା ଓ ବିକ୍ରେତା ସମ୍ମିଳନୀ ଓ ପ୍ରଦର୍ଶନୀ ଅନୁଷ୍ଠିତ l*
ନୂଆପଡା(ମିଖାଏଲ ନନ୍ଦ)
ତା ୨୧/୦୧
ସଦଭାବନା ସଭା ଗୃହ ପ୍ରାଙ୍ଗଣ ରେ ଓର୍ମାସ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏକ କ୍ରେତା ଓ ବିକ୍ରେତା ସମ୍ମିଳନୀ ଓ ପ୍ରଦର୍ଶନୀ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମ୍ମିଳନୀରେ ବିଭିନ୍ନ ରାଜ୍ୟ, ଜିଲ୍ଲାରୁ କ୍ରେତା ତଥା ଜିଲ୍ଲାର କୋଣ ଅନୁକୋଣ ରୁ ବିଭିନ୍ନ ବିକ୍ରେତା (SHG,PG, FPO) ଯୋଗଦାନ କରିଥିଲେ l
ଉକ୍ତ ସମ୍ମିଳନୀରେ କ୍ରେତା ଓ ବିକ୍ରେତା ମାନଙ୍କ ମଧ୍ୟରେ ଭବିଷ୍ୟତରେ କେମିତି ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା।ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଜିଲ୍ଲାପାଳ କହିଲେ ଯେ ବର୍ତ୍ତମାନ ଏହି ସବୁ ଗ୍ରାମୀଣ ଉତ୍ପାଦ ର ବଜାର ଚାହିଦା ଥିବାରୁ ଅଧିକ ମାତ୍ରାରେ ଏସବୁ ଚାଷ ଏବଂ ସଂଗ୍ରହ କରାଯାଉ l କ୍ରେତା ମାନେ ଉତ୍ପାଦକ ମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରି ଏହା ସଂଗ୍ରହ କଲେ କୃଷକ, ସ୍ଵୟଂ ସହାୟକ ଦଳ ଲାଭବାନ ହେବାସହ ବିଧାନ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବ l ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି, ଅବକାରୀ ଅଧିକ୍ଷକ ,ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି, ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ, ଉପ ନିର୍ଦ୍ଦେଶକ ହସ୍ତଶିଳ୍ପ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଜିଲ୍ଲାର ସଂପୃକ୍ତ ବିଭାଗ ଓ ବିଭିନ୍ନ କ୍ରେତା ମାନଙ୍କ ମଧ୍ୟରେ ଆଗାମୀ ଦିନରେ କେମିତି ଉତ୍ପାଦିତ ଦ୍ରବ୍ୟର ବଜାରିକରଣ କରିବା ସହିତ ଦ୍ରବ୍ୟ ସମୂହ ର ବିତରଣ ଓ ଅନଲାଇନ ପ୍ଲାଟଫର୍ମ ରେ ଉତ୍ପାଦିତ ଦ୍ରବ୍ୟର ବଜାରି କରଣ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା।ଉକ୍ତ ସମ୍ମିଳନୀରେ ଜଙ୍ଗଲ ଉତ୍ପାଦିତ ଦ୍ରବ୍ୟ ଯଥା ହରିଡା, ବାହାଡ଼ା, ତେନ୍ତୁଳି, ଷ୍ଟବେରି ମକା, ମହୁ, ଓ ଅନ୍ୟାନ୍ୟ ଉତ୍ପାଦିତ ଦ୍ରବ୍ୟ ଯାହା ଓରମାସ ଦ୍ୱାରା ବିଗତ ଦିନରେ ବଜାରିକରଣ କରାଯାଇଥିଲା ତାହାର ତଥ୍ଯ ପ୍ରଦାନ କରାଯାଇଥିଲା l ଆଗାମୀ ଦିନରେ ତେନ୍ତୁଳି 700 କୁଇଣ୍ଟାଲ, ଷ୍ଟବେରି 10 କୁଇଣ୍ଟାଲ, ମହୁ 10 କୁଇଣ୍ଟାଲ,ମକା 500 ଟନ୍ ର ବିକ୍ରି ସୁବିଧା କରିବା ପାଇଁ ସ୍ଥିର କରାଗଲା।ପରିଶେଷରେ ଉପ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓରମାସ ନୂଆପଡ଼ା ବିଦେଶ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ।
