ଓଡ଼ିଶା ବ୍ରିଗେଡ଼ ସ୍କୁଲରେ ବିଜ୍ଞାନ ମେଳା ୨୦୨୬
________________
ତା/୨୧/୦୧/୨୬(ନି.ପ୍ର) ସାରସକଣା(ଅନିଲ କୁମାର ସାହୁ):ଅଦ୍ୟ ତା ୨୧.୦୧. ୨୦୨୬ ରିଖ (ବୁଧବାର) ଝାରପୋଖରୀଆ ସ୍ଥିତ ଓଡ଼ିଶା ବ୍ରିଗେଡ ସ୍କୁଲ ରେ ବିଦ୍ୟାଳୟର ସମ୍ପାଦକ ଶ୍ରୀମତୀ ମିତଞ୍ଜଳି ଶାସମଲ ଙ୍କ ତତ୍ତ୍ୱାବଧାନ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମିଳିତ ସହଯୋଗରେ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା I
ସର୍ବମୋଟ୍ ୪୮ ଗୋଟି ମଡେଲ୍ ପ୍ରଦର୍ଶିତ ହୋଇଥିବା ବେଳେ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ବାସ , ଏବଂ ସୁନ୍ଦର ଉପସ୍ଥାପନା ଶୈଳୀ ଦେଖିବାକୁ ମିଳିଥିଲା। ଉକ୍ତ ବିଜ୍ଞାନ ମେଳାରେ ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସେଠୀ, ମ୍ୟାନେଜିଂ ଟ୍ରଷ୍ଟ ର ସଦସ୍ୟା ଶ୍ରୀମତୀ ମିନତି ସେଠୀ, ସମ୍ପାଦକ ଶ୍ରୀଯୁକ୍ତ ସାଇକୃପା ଜେନା , ଶ୍ରୀ ସତ୍ୟ ସାଇ ବିଦ୍ୟା ବିକାଶ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟା ତଥା ଶ୍ରୀ ସତ୍ୟ ସାଇ ବିଦ୍ୟା ବିହାର ବାରିପଦା ସ୍କୁଲ ର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତି ଦୀପିକା ଦାସ, ବିଦ୍ୟାଳୟ ର ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ଶ୍ରୀଯୁକ୍ତ କୁଞ୍ଜବିହାରୀ ସେଠୀ, ଶ୍ରୀଯୁକ୍ତ ମଳୟ କୁମାର ନାୟକ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଉଞ୍ଜଦୁତ ଖବର।
