**ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ ନମ୍ୱର୍ ୦୬/୦୭ ରେ ପୌର ପ୍ରଶାସନ ଅଭିଯୋଗ ଶୁଣାଣି ଶିବିର।*
ନୂଆପଡା (ମିଖାଏଲ ନନ୍ଦ) ତା:୨୧.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ ନମ୍ୱର୍ ୦୬/୦୭ ରେ ପୌର ପ୍ରଶାସନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ଦୁଇ ଗୋଟି ୱାର୍ଡ ରୁ ବହୁ ନାଗରିକ ମାନେ ଯୋଗ ଦେଇ ନିଜ ସମସ୍ୟା ସାଙ୍ଗକୁ ସାମୁହିକ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ। ବରିଷ୍ଠ ସାମ୍ବାଦିକ ତପନ ଦାଶ ଯୋଗ ଦେଇ ୱାର୍ଡ ନମ୍ୱର୍ ୭ ରେ ଥିବା ପାରମ୍ପାରିକ ପୋଖରୀ ହୀରାମୁଣ୍ଡା କାର୍ଯ୍ୟ ତ୍ବରାନ୍ବିତ କରି ଲୋକଙ୍କ ବ୍ୟବହାର ଯୋଗ୍ୟ, ହୁରାନଗର ବସ୍ତି କୁ ସଡ଼କ ନିର୍ମାଣ, ଖଡିଆଳ ଏନ୍ ଏ ସି ର ନୂତନ କାର୍ଯ୍ୟାଳୟ, ଖଡିଆଳ ଠାରେ ଏକ ପ୍ରାନ୍ତଃଷାଳା, ଖଡିଆଳ ଠାରେ ଅତ୍ୟାଧୁନିକ କନଫରେନ୍ସ ହଲ, ନିର୍ମାଣ ଦାବୀ କରିଛନ୍ତି ଅନେକ ଆବାସ ଯୋଜନା ରେ ଗୃହ, ସରକାରୀ ଜମି, ଭତ୍ତା ପ୍ରଦାନ ଆଦି ଅଭିଯୋଗ ଗ୍ରହଣ କରି ତୁରନ୍ତ ସମାଧାନ କରିଥିବା ବେଳେ ନୀତିଗତ ଆପତ୍ତି ଅଭିଯୋଗ କୁ ସରକାର ଠାରେ ପ୍ରେରଣ କରିବାକୁ ନିଷ୍ପତ୍ତି ହୋଇଅଛି। କାର୍ଯ୍ୟାଳୟ ପକ୍ଷ ରୁ ସମସ୍ତ ଅଭିଯୋଗ କୁ ଗ୍ରହଣ କରି ପରିଷଦର ପ୍ରସ୍ତାବ ଥିବା ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ପ୍ରକାଶ କରିଛନ୍ତି। ଶିବିର ରେ ଉପାଧ୍ୟକ୍ଷ ଶକୁନ୍ତଳା ରାଉତ,ସହକାରୀ ଯନ୍ତ୍ରୀ ଅରୁଣ କୁମାର ପାତ୍ର, ଶାଶ୍ଵତ କୁମାର ସା , ରାଜୀବ ଲୋଚନ ସ୍ୱାଇଁ, ଗଣେଶ ରାମ ଭୋଇ, ପ୍ରମୁଖ ଯୋଗ ଦେଇ ଅଭିଯୋଗ ଗ୍ରହଣ କରିବା ରେ ସହାୟତା କରିଥିଲେ।
