ମହାନଦୀ ଆଳତି ଘାଟରେ ଜାନୁଆରୀ ୨୬ ଯୋଗାସନ ପ୍ରତିଯୋଗିତା
ବୌଦ୍ଧ – ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମହାନଦୀ ଆଳତି ଘାଟ ପରିସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଆସନ, ପ୍ରାଣାୟାମ ଓ ଯୋଗର ଲାଭ ବିଷୟରେ ପ୍ରଦର୍ଶନ କରିଥିଲେ l ସବ ଜୁନିଅର ବିଭାଗରେ ପ୍ରଥମ ସ୍ଥାନ ଯୋଗିନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଅମ୍ରିତ ବେହେରା, ଦ୍ବିତୀୟସ୍ଥାନ ସେଣ୍ଟ ଜୋନ ବିଦ୍ୟାଳୟର ମନିଷ୍କା ପରିଡ଼ା, ତୃତୀୟସ୍ଥାନ ସେଣ୍ଟ ଜୋନ ବିଦ୍ୟାଳୟର ପ୍ରିୟାନ୍ସି ପଣ୍ଡା ଏଵଂ ବିଚାରକ ଭାବେ ହୃଷୀକେଶ ପ୍ରଧାନ, ସୁର୍ଯ୍ୟ ନାରାୟଣ ପଣ୍ଡା ଓ ସୁନୀତା ଦାଶ ଯୋଗ ଦେଇଥିଲେ l ଜୁନିଅର ବିଭାଗରେ ପ୍ରଥମସ୍ଥାନ କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରଦ୍ଧା ମହାକୁଡ, ଦ୍ବିତୀୟସ୍ଥାନ ସେଣ୍ଟ ଜାଭିୟାର ବିଦ୍ୟାଳୟର ଶୁଭଶ୍ରୀ ମେହେର, ତୃତୀୟ ସ୍ଥାନ ଜବାହର ନବୋଦୟ ବିଦ୍ୟାଳୟର ଦିବ୍ୟା ପି ସାହୁ ଓ ବିଚାରକ ଭାବେ ବ୍ରଜ ରଣା, ନଟବର ଅଗ୍ରୱାଲା, ଲଳିତା ଅଗ୍ରୱାଲା, ସିନିୟର ବିଭାଗରେ ପ୍ରଥମ ସ୍ଥାନ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଦେବାଶିଷ ମିଶ୍ର, ଦ୍ବିତୀୟସ୍ଥାନ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ପୁଣ୍ୟୋତୟା ବେହେରା, ତୃତୀୟ ସ୍ଥାନ ଜବାହର ନବୋଦୟ ବିଦ୍ୟାଳୟର ଜୀନା ସାହୁ, ତୃତୀୟସ୍ଥାନ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ସୌମ୍ୟ ରଞ୍ଜନ ସାହୁ ଏବଂ ବିଚାରକ ଭାବେ ଦିଲ୍ଲୀପ କୁମାର ଚୌଧୁରୀ, ବିକାଶ ଅଗ୍ରୱାଲା ଓ ଦେବାଶିଷ ପୁରୋହିତ ଯୋଗଦାନ କରିଥିଲେ l ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଡି ଆଇ ପି ଆର୍ ଓ ରିତାକାନ୍ତି ବଳିୟାର ସିଂ, ଅକ୍ଷୟ ମହାକୁଡ ଓ ସୌମ୍ୟ ରଞ୍ଜନ ପୁରୋହିତ ପରିଚାଳନା କରିଥିଲେ l ବିଚାରକମାନେ ଛାତ୍ରଛାତ୍ରୀମାନେ ଯୋଗଦ୍ୱାରା ନିଜର ସ୍ୱାସ୍ଥ୍ୟକୁ ଠିକ୍ ରଖିବା ସହିତ ମନକୁ ଶାନ୍ତ ରଖିପାରି ଭଲ ପାଠ ପଢି ପାରିବ ବୋଲି ଉପଦେଶ ପ୍ରଦାନ କରିଥିଲେ l
