
କେନ୍ଦ୍ରାପଡ଼ା : ମହାକାଳପଡା ବ୍ଲକ ରାଜଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକଙ୍କ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି।ଗ୍ରୀଷ୍ମ ପ୍ରବାହ ଯୋଗୁଁ ପୂର୍ବ ନିର୍ଧାରିତ ସମୟରେ ପରିବର୍ତ୍ତନ କରାଯାଇ ପୂର୍ବାହ୍ଣ ୮ ଟା୩୦ରୁ ୧୧ ଟା ୩୦ ଯାଏଁ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।
ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲ୍ଲା ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳ, ମହାକାଳପଡା ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ଶିବ ମଲ୍ଲିକ, ବିକେ ନାୟକ (EE, RWSS), ସୁବ୍ରତ ସାହୁ( JE, RWSS) ଦୈତାରୀ ଟୁଡୁ (R&B) ଜ୍ଞାନେନ୍ଦୁ ଦାସ (Je, RD), ଉଠା ଜଳସେଚନ ବିଭାଗର ପ୍ରଦୀପ କୁମାର ନାୟକ, ମନୋରମା ସ୍ବାଇଁ (DSWO), ରୂପାଲୀ ପ୍ରିୟଦର୍ଶିନୀ (DSSO), ଶ୍ରୀନିବାସ ସାହୁ (CSO ),ଆରତୀ ମହାନ୍ତି (DPMU), ଯୋଗେନ୍ଦ୍ରନାଥ ବିଶ୍ବାଳ (ARCS), ଡେପୁଟୀ କଲେକ୍ଟର ପ୍ରଜ୍ଞା ପାରମିତା ପୃଷ୍ଟି , ଇତିଶ୍ରୀ ପଣ୍ଡା (GPEO), ଅମରେଶ ସ୍ବାଇଁ (BVO), ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କ ସହ
ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ।
ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୧୫୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥି ମଧ୍ୟରୁ
୨୧ ଗୋଟି ସାମୁହିକ ଏବଂ
୧୩୪ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା।
ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ଯୋଗାଣ, ଚିକିତ୍ସା ପାଇଁ ଆର୍ଥିକ ସହାୟତା, ନୂତନ ରାସନ୍କାର୍ଡ଼ ପ୍ରଦାନ, ଅନ୍ତୋଦୟ ଯୋଜନାରେ ନାମ ସାମିଲ କରିବା, ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ଜମି ସମସ୍ୟା ଓ ପୋଲିସ ସମସ୍ୟା ଆବେଦନ ପତ୍ର ଆଦି ଦରଖାସ୍ତଗୁଡ଼ିକ ରହିଥିଲା। ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ରାମଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ , ବିଦ୍ୟୁତ ଯୋଗାଣ, ରାସ୍ତା ନିର୍ମାଣ, ରାସ୍ତା ପ୍ରଶସ୍ତିକରଣ, ପାନୀୟ ଜଳ ଯୋଗାଣ, ବେଆଇନ ଭାବେ ଅଧିକୃତ ସରକାରୀ ଜମି ଉଚ୍ଛେଦ ଆଦି ଅଭିଯୋଗ ଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା। ଏହି ଅଭିଯୋଗ ଗୁଡ଼ିକର ତୁରନ୍ତ ଫଇସଲା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବ୍ଲକ ସାମାଜିକ ସୂରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦିପକ କୁମାର ପରିଡା ମଞ୍ଚ ପରିଚାଳନା କରିଥିବା ବେଳେ ଲାସ ହେମ୍ବ୍ରମ ଓ ଦେବାଶିଷ ପଣ୍ଡା ଦରଖାସ୍ତ ଗୁଡିକ ପଞ୍ଜିକୃତ କରିଥିଲେ। ପଞ୍ଚାୟତର ସରପଞ୍ଚ ମମତା ସାମଲ, ସମିତି ସଭ୍ୟା ସ୍ବର୍ଣ୍ଣପ୍ରଭା ବେହେରା, ପୂର୍ବତନ ଆତ୍ମା ଅଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ସୁଶ୍ରୀ ପ୍ରିୟଦର୍ଶିନୀ, ଦିଗବିଜୟ ଦାସ, ଉମାକାନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।