*ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ବନ୍ଦେ ମାତରମ ଗାନ କରିଥିଲେ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୧.୦୧.
ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ବନ୍ଦେ ମାତରମ ଗାନ କରିଥିଲେ। ଏହି ବନ୍ଦେ ମାତରମ ଗାନ ଉତ୍ସବ ରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ବନ୍ଦେ ମାତରମ ଗାନ ଭାରତ ମାତାଙ୍କ ପ୍ରକୃତି, ଐତିହ, ବୈଭବ ସୋନ୍ଦର୍ଯ୍ୟତା ର ବର୍ଣ୍ଣନା କରିଥିବା ବେଳେ ଦେଶମାତୃକା ର ସଂଗ୍ରାମ ରେ ଝାସ ଦେବାକୁ ଅନୁପ୍ରାଣିତ କରୁଥିବା କହିଥିଲେ। ସମସ୍ତେ ମିଳିତ ରୂପେ ଏକା ସାଙ୍ଗରେ ଗୀତ ଗାନ କରିଥିଲେ। ସଭାରେ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡିଆଳ ବିଡ଼ିଓ ମିଳନ କୁମାର ଝଙ୍କାର, ମୁଖ୍ୟ ବକ୍ତା ରୂପେ ଶିକ୍ଷକ ଗୌରାଙ୍ଗ କୁମାର ସାହୁ, ଏନ୍ ଏ ସି ଉପାଧ୍ୟକ୍ଷା ଶକୁନ୍ତଳା ରାଉତ, ୱାର୍ଡ ସଭ୍ୟ ସଭ୍ୟା ଯୋଗ ଦେଇଥିବା ବେଳେ ବହୁ ନାଗରିକ ଏବଂ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।
