*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଛକ ଠାରେ ସ୍ଵଦେଶୀ ସଂକଳ୍ପ ଦୌଡ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୯.୦୧.
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଛକ ଠାରେ ସ୍ଵଦେଶୀ ସଂକଳ୍ପ ଦୌଡ ଅନୁଷ୍ଠିତ ହୋଇଯାଇଅଛି। ଏହି ସ୍ବଦେଶୀ ସଂକଳ୍ପ ଯାତ୍ରା ସ୍ଵଦେଶୀ ଜାଗରଣ ମଞ୍ଚ ପକ୍ଷ ରୁ ଅନୁଷ୍ଠିତ ହୋଇଅଛି। ସ୍ଵଦେଶୀ ବାର୍ତ୍ତା ଦେଶ କୁ ସ୍ଵାଧୀନତା ଆଣିଥିବା ବେଳେ ବର୍ତ୍ତମାନ ଆଧୁନିକତା ବଶବର୍ତ୍ତୀ ହୋଇ ଯୁବ ପିଢୀ ସଭ୍ୟତା, ବ୍ୟବହାର ଏବଂ ଚାଲି ଚଳନ ରେ ଅନେକ ପରିବର୍ତ୍ତନ ଦେଖାଯାଉଛି। ଘରକୁ ଅତିଥି ଆସିଲେ ସେଦେଶ ରେ ଅତିଥି ସଂସ୍କାର ରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି। ଆତ୍ମୀୟତାର ଅଭାବ ପରିଲକ୍ଷିତ ହେଉଅଛି। ତେଣୁ ସ୍ୱଦେଶୀ ପାଇ ନିଜେ ସଂକଳ୍ପ ନେଇ ନିଜେ ଦୌଡିବା କୁ ଆହ୍ବାନ କରିଥିଲେ। ଏହି ସ୍ୱର୍ଦେଶୀ ସଂକଳ୍ପ ଯାତ୍ରା ରେ ସ୍ବତନ୍ତ୍ର ରଥ ପରିକ୍ରମା କରୁଅଛି। ଏହି କାର୍ଯ୍ୟକ୍ରମ ରେ ପ୍ରଦୀପ ଖମାରୀ, ଜନାର୍ଦ୍ଦନ ପାତ୍ର, ଜୟରାମ ଶବର, ଜ୍ଞାନ ପ୍ରକାଶ ମେଘ, ସୁଶାନ୍ତ କୁମାର ବିଶି, ର୍ତତ୍ନାକର ସାହୁ, ସୁରେଶ ହଟୁୱାର ସହ ବହୁ ନାଗରିକ ଯୋଗ ଦେଇଥିଲେ।
