ମକୁନ୍ଦପୁର ସରକାରୀ ଆଶ୍ରମ ବିଦ୍ୟାଳୟଠାରେ 2025-26 ବାର୍ଷିକ ଉତ୍ସବ ଅନୁଷ୍ଠିତ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଆନ୍ତର୍ଗତ ମକୁନ୍ଦ ପୁର ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ପ୍ରଧାନ ଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି ଥିବାବେଲଲେ WEO ରାୟଗଡ ବିଷ୍ଣୁ ପ୍ରସାଦ ସେଠି ,ଲଷ୍ମୀପୁର ଉଚ୍ଚ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକୟିତ୍ରୀ CH. ଗୀତାଞ୍ଜଳୀ, ଯୁବଗାଁ HM ଶ୍ରୀପତି ଗମାଙ୍ଗ, ଓ ସମାଜସେବି ଅଜାମ୍ବର ଶବର ଓ ଅନ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୁଖ ମଞ୍ଚାସୀନ ଥିଲେ। ନିମନ୍ତ୍ରୀତ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତପରେ ପ୍ରଦୀପ ପ୍ରଜ୍ବଳନ ଏବଂ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ବିଦ୍ୟାଳୟ ର ବିବରଣୀ ପଠନ କରିଥିଲେ। ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ମନୋରଞ୍ଜନକୁ ଦ୍ବଷ୍ଟିରେରଖି ପରେ ଛଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶ ଚିତାକର୍ଷକ ରହିଥିଲା। ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ପୂର୍ବ ପ୍ରତିଯୋଗୀତା ଅନୁସାରେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ର ମୁଖ୍ୟ ଉଦେଶ୍ୟ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଥିବା ପ୍ରତିଭାକୁ ପୃସ୍ପୁଟିତ କରିବା ଓ ଲୋକଲୋଚନ କୁ ଆଣିବା ଏହାର ଲଖ୍ୟ ଏହି କାଯ୍ୟକ୍ରମ ରେ ଉପସ୍ଥିତ ଥିଲେ ବିଦ୍ୟାଳୟ ର ପରିଚାଳନା କମିଟି ର ସଭ୍ୟ ସଭ୍ୟା, ଅଭିଭାବକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ |କାର୍ଯ୍ୟକ୍ରମକୁ ବିଦ୍ୟାଳୟ ସୁରେନ୍ଦ୍ର ବାଲାଙ୍ଗା, ସରୋଜିନୀ ରାଇକା, ଶକୁନ୍ତଳା ନାୟକ ଓ ନନ୍ଦିନୀ ଚୌଦୂରୀ ପରିଚାଳନା କରିଥିବା ବେଳେ, ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
