ସିଦ୍ଧ ବେଲବିହାରୀ ମହାପୁରୁଷଙ୍କ ପୀଠରେ ମକର ଉତ୍ସବ ପାଳିତ l
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର କନ୍ଦରାପାଟି ଗ୍ରାମରେ ବହୁ ପୁରାତନ ବେଲବିହାରୀ ମହାପୁରୁଷଙ୍କ ପିଠରେ ମକର ଉତ୍ସବ ବେଶ୍ ଧୁମ୍ ଧାମରେ ପାଳନ କରାଯାଇଛି l ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ଏହି ପିଠରେ ମକର ଉତ୍ସବ ପାଳନ କରାଯିବା ସହିତ ହୋମଯଜ୍ଞ କରାଯାଇଥାଏ l ଏହି ପିଠ ସ୍ଥଳୀକୁ ବହୁ ଦୂର ଦୁରାନ୍ତରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସି ପ୍ରସାଦ ସେବନ କରିବା ସହିତ ଚାଳିତ ବର୍ଷ ଭାଗବତ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା l ଏହି ମହାପୁରୁଷଙ୍କ ପିଠ ସ୍ଥଳୀକୁ ଯାତାୟତ ନିମନ୍ତେ ସରକାରୀ ଭାବେ ରାସ୍ତା ନଥିବାରୁ ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଠାରେ ଏକ ଢଳେଇ ରାସ୍ତା କରିବା ନିମନ୍ତେ ମନ୍ଦିର କମିଟି ପକ୍ଷରୁ ଶିକ୍ଷାବୀତ୍ ରାଜେନ୍ଦ୍ର ନାଥ ନାୟକ, ନିହାର ରଂଜନ ରାଉତରାୟ , ସଂଗ୍ରାମ କେଶରୀ ନାୟକ ଓ ଅଭୟ କୁମାର ସ୍ଵାଇଁ ପ୍ରମୁଖ ଦାବି କରିଛନ୍ତି l
