ସୁପ୍ରସିଦ୍ଧ ମା’ ଦ୍ବାରଶୁଣୀଙ୍କ ଘାଟି ମକର ମେଳା ଆରମ୍ଭ
_____________________
ତା/୧୬/୦୧/୨୬;(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ); ପ୍ରସିଦ୍ଧ ଘାଟି ମକର ମେଳା ମା’ ଦ୍ବାରଶୁଣୀଙ୍କ ପୀଠରେ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।ମା’ ଦ୍ବାରଶୁଣୀଙ୍କ ପୀଠ ଟି ମୟୁରଭଞ୍ଜ ଜିଲ୍ଲା ବାଙ୍ଗରି ପୋଷୀ ଶିମିଳିପାଳ ପର୍ବତ ମାଳା ଉପରେ ଅବସ୍ଥିତ। ମା’ ଙ୍କ ପୀଠ ନିକଟ ଦେଇ ୪୯ ନମ୍ବର ଜାତୀୟ ରାଜପଥ ଯାଇଅଛି। ଏହି ଶିମିଳିପାଳ ପର୍ବତମାଳା ଯେଉଁ ଜାତୀୟ ରାଜପଥଟି ଯାଇଛି, ତାହା ବିପଦ ଶୃଙ୍ଖଳ ଅଙ୍କା ବଙ୍କା ରାସ୍ତା ହେବା ସହିତ ବନ୍ୟଜନ୍ତୁ ଙ୍କ ଚଲାପଥ ମଧ୍ୟ | ତେଣୁ ଏହି ଘାଟି ରାସ୍ତା ପାରି ହେବା ସମୟରେ ସମସ୍ତଙ୍କୁ ସାହା ହୁଅନ୍ତି, ଏହି ଘାଟିର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ବାରଶୁଣୀ । ଘାଟିର ଦ୍ବାର ରେ ଜଗି ରହି ଥିବା ମା’ ଦ୍ବାରଶୁଣୀଙ୍କ ପ୍ରସିଦ୍ଧି ଓ ମହିମା ଏ ରାସ୍ତା ଦେଇ ଗାଡ଼ି ଚ଼ାଳନା କରୁଥିବା ଭାରତର ସମସ୍ତ ଲୋକ ଜାଣନ୍ତି। ପ୍ରତ୍ୟେକ ଯାନ ବାହନ ଏହି ରାସ୍ତା ଦେଇ ଯିବା ସମୟରେ ମା’ ଙ୍କୁ ମୁଣ୍ଡିଆ ମାରି ଯିବାଆସିବା କରନ୍ତି। ମା’ ଦ୍ବାର ଶୁଣୀଙ୍କ ପୀଠରେ ରାଜ ରାଜୁଡ଼ା ସମୟରୁ ଦେହୁରୀ ପୂଜକ ଦ୍ବାରା ପୂଜାବିଧି ଅନୁଷ୍ଠିତ ହୋଇଆସୁଛି । ମକର ସମୟରେ ଏଠାରେ ହେଉଥିବା ପ୍ରସିଦ୍ଧ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ସମାବେଶ ହୋଇଥାଏ।ଏହି ଘାଟି ମେଳା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ଦ୍ବାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ।ଉଞ୍ଜଦୁତ ଖବର।
