ସରକାରୀ ଜମିରୁ ହଟିଲା ଜବରଦଖଲ।
ସୋର/ସିମୁଳିଆ (ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ):: ସରକାରୀ ଜମି ଜବରଦଖଲ କରିଥିଲେ ହୋଇଯାଆନ୍ତୁ ସାବଧାନ । ସରକାରୀ ଏବେ ଚଳାଇବେ ବୋଲଡୋଜର। ସରକାରୀ ଜମି ଜବରଦଖଲ ଅଭିଯୋଗ ସିମୁଳିଆ ବ୍ଳକ ଅଧିନ ଅଞ୍ଚଳରେ ଦେଖିବାକୁ ମିଳିଛି ବଡ଼ ଉଛେଦ । ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ । ୬୫ ରୁ ଉର୍ଦ୍ଧ ଘର ମାଟିରେ ମିଶିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ରାଜପଥ ପାର୍ଶ୍ୱରେ ସରକାରୀ ଜାଗା ରେ ବେଆଇନ ଦୋକାନ ଘର ସହିତ ବାସ ଗୃହ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି l ଘଟଣା ରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମ୍ମୁଝାଡ଼ି ପଞ୍ଚାୟତର ଝାଟିଆମାଳ ବଜାରରେ ରକ୍ଷିତ ଅନାବାଦୀ 2.73 ଏକର, ମେଳଣ ପଡିଆରେ ପ୍ଲଟ ନଂ 1250ରେ ଓ 3.14 ଏକର ଗୋଚର ଜମିରେ ବେଆଇନ ଭାବେ ଗଡି ଉଠିଥିବା ୬୫ରୁ ଉର୍ଦ୍ଧ୍ୱ ଦୋକାନ ଓ ଘରକୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି। ସେହିପରି ୧୧୦୮ ପ୍ଲଟ ରେ ଥିବା କିଛି ଦୋକାନ ଗୃହ କୁ ଉଛେଦ କରାଯାଇଛି। ମାଜିଷ୍ଟ୍ରେଟ ଭାବେ ସୋର ତହସିଲଦାର ଦୈତାରୀ ମଲ୍ଲିକଙ୍କ ନେତୃତ୍ୱରେ ଏହି ଉଛେଦ ପ୍ରକ୍ରିୟା ହୋଇଥିଲା l ସିମୁଳିଆ ଭାରପ୍ରାପ୍ତ ତହସିଲଦାର ନିତ୍ୟାନନ୍ଦ ସେଠି,ଜାମ୍ମୁଝାଡ଼ି ରାଜସ୍ୱ ନିରୀକ୍ଷିକା ସରସୀ ମହାନ୍ତି ସମେତ ସିମୁଳିଆ ତହସିଲ ଅଧିନ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ,ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ଏବଂ ସିମୁଳିଆ ପୋଲିସ ସାମିଲ ସହିତ ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ଏକ ପ୍ଳାଟୁନ ଫୋର୍ସ ମୃତୟନ କରାଯାଇଥିଲା ।
ଏଭଳି ବଡ଼ ସରକାରୀ ଜାଗା ଉଛେଦ ଏ ଅଞ୍ଚଳରେ ହୋଇଥିବା ଦେଖିବାକୁ ମିଳିଛି।
