
ରାଜ୍ୟ ରେ ପ୍ରାୟ କେତେକାଂଶରେ କାଳବୈଶାଖୀ ହୋଇଥିଲା। ଏହି କାଳବୈଶାଖୀ ରେ ବ୍ୟାପକ ଧନଜୀବନ କ୍ଷତି ହୋଇଥିବା ନେଇ ସୂଚନା ମିଳିଛି। ଶୁକ୍ରବାର ସନ୍ଧ୍ୟା ରେ ଔପଦା – ଗଣ୍ଡିବେଡ ରାସ୍ତା ଚକ୍ରଧରପୁର ଛକ ନିକଟରେ ଜଣେ ଯୁବକ ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବ୍ୟକ୍ତି ଜଣଙ୍କ ତରାଙ୍ଗ ଗ୍ରାମର ଦିବ୍ୟାସୁଂ ସେଠି।ସେ ତାଙ୍କ ଭଉଣୀ ଙ୍କୁ ନୀଳଗିରି ଥାନା ଅଧିନ ଶ୍ୟାମସୁନ୍ଦରପୁର କୁ ଏକ ସ୍କୁଟି ଯୋଗେ ଛାଡି ଫେରୁଥିବାବେଳେ ଏହି କାଳବୈଶାଖୀ ବର୍ଷା ହେବାରୁ ସେ ଚକ୍ରଧରପୁର ଛକ ନିକଟରେ ରହି ମୋବାଇଲ ରେ କଥା ହେଉଥିଲେ ବୋଲି ଅନ୍ୟ ବାଟୋଇ ମାନେ କହିଛନ୍ତି ଏବଂ ତାଙ୍କ ମୋବାଇଲ ସମ୍ପୂର୍ଣ୍ଣ ପୋଡିଯାଇଛି। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଖଇରା ଡାକ୍ତରଖାନା ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।