*ଜିଲ୍ଲା ସ୍ତରୀୟ ମିଶନ ଏ-ୱାନ ଛାତ୍ରଛାତ୍ରୀ ଙ୍କ ତିନି ଦିନିଆ ସ୍ୱତନ୍ତ୍ର ତାଲିମ ଶିବିର ଉଦଘାଟିତ*
ବୌଦ୍ଧ:-୧୫-୦୧–ବୌଦ୍ଧ ବୁଟୁପାଲି ସ୍ଥିତ ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ମିଶନ ଏ-ୱାନ ତିନ ଦିନିଆ ସତନ୍ତ୍ର ତାଲିମ ଶିବିର ଉଦଘାଟିତ ହୋଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ସମ୍ମାନିତ ଅତିଥି ଭାବରେ ଚୂଡ଼ାମଣି ବାରିକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଉପେନ୍ଦ୍ର କୁମାର ପ୍ରଧାନ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ, ହାଡିବନ୍ଧୁ ବେହେରା ଗୋଷ୍ଠୀ ଶିକ୍ଷା ଅଧିକାରୀ ହରଭଙ୍ଗା, ରିତାକାନ୍ତି ବଳିୟାରସିଂହ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଲିପ୍ସା ଭାରତୀ ସହକାରୀ ଜିଲ୍ଲ।ପାଳ ଓ କସ୍ତୁରୀ ବିଶ୍ୱାଳ ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ପ୍ରମୁଖ ମଂଚାସୀନ ଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣୀ ବାରିକ ଉକ୍ତ ମିଶନ ଏ-ୱାନ ଲକ୍ଷ ଉଦ୍ୟସ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ମୁଖ୍ୟଅତିଥି ଜିଲ୍ଲାପାଳ ତାଙ୍କ ଭାଷଣ ରେ ଛାତ୍ରଛାତ୍ରୀମାନେ ଖୁସିମନରେ ପାଠପଢା କାର୍ଯ୍ୟକଲେ ସଫଳତା ସିଡ଼ି ଚଢ଼ିବେ ବୋଲି ପ୍ରକାଶ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରଛାତ୍ରୀ ମାନେ ନିଜର ଉପସ୍ଥାପନା ଶୈଳୀ ସଠିକ ସମୟ ରେ ଖୁସିମନରେ କାର୍ଯ୍ୟ କଲେ ସଫଳତାର ସହ ଏ -ୱାନ ସଫଳତା ମିଳିବ ବୋଲି କହିଥିଲେ, ଅନ୍ୟତମ ଅତିଥି ଉପେନ୍ଦ୍ର କୁମାର ପ୍ରଧାନ ଛାତ୍ରଛାତ୍ରୀ ମାନେ ମନ ଦେଇ କାର୍ଯ୍ୟ କରିବାକୁ କହିଥିଲେ।ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ଙ୍କୁ ମୁଖ୍ୟ ଅତିଥି ବିଭୁତି ଭୂଷଣ ନାୟକ ସମ୍ମାନିତ କରିଥିଲେ। ଛାତ୍ରଛାତ୍ରୀ ଙ୍କ ପାଇଁ ସତନ୍ତ୍ର ଡ଼ାଇରୀ କୁ ମୁଖ୍ୟଅତିଥି ଓ ମଂଚାସୀନ ଅତିଥି ଊନଚନ କରିଥିଲେ। ଏବଂ ଡ଼ାଇରୀ ଗୁଡିକୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିଲା ସମସ୍ତ ବିଷୟର ସାଧନ କର୍ମୀ ଓ ବିଷୟ ଉପଦେଷ୍ଟାମାନେ ଛାତ୍ରଛାତ୍ରୀମାନଙ୍କ ପ୍ରଗତି ସମ୍ପର୍କ ରେ ପରୀକ୍ଷା ସମୟରେ ପିତାମାତାଙ୍କ ଭୂମିକା ଉପରେ ଆଲୋକପାତ କରା ଯାଇଥିଲା । ଅଭିଭାବକମାନଙ୍କୁ ପିଲାଙ୍କ ପରୀକ୍ଷା ପ୍ରସ୍ତୁତି ପାଇଁ ଏକ ଶାନ୍ତ ପରିବେଶ ସୃଷ୍ଟି କରି ପିଲାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା । ସୁସ୍ଥ ଅଭ୍ୟାସ ଯଥା ଉତ୍ତମ ନିଦ୍ରା, ପୁଷ୍ଟିକର ଖାଦ୍ୟ, ବିରତି, ଧ୍ୟାନ ପ୍ରଣାୟାମ ଆଦି ସମ୍ପର୍କ ରେ ଉକ୍ତ ତିନି ଦିନିଆ ତାଲିମ ଶିବିରରେ ଧାରଣା ପ୍ରଦାନ କରାଯିବ । ଶେଷରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ସତ୍ୟନାରାୟଣ କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ, ବୌଦ୍ଧ ସହ ଗୋଷ୍ଠୀ ଅଧିକାରୀ କାମଳକାନ୍ତ ଦଳବେହାର ସହଯୋଗ କରିଥିଲେ। ଚଳିତ ଜାନୁଆରୀ ମାସରେ ଜିଲ୍ଲା ର ହରଭଙ୍ଗା, କଣ୍ଟାମ।ଲ ଓ ବୌଦ୍ଧ ଆଦି ତିନୋଟି ବ୍ଲକ ରେ ଏ -ୱାନ ମିଶନ ର ପରୀକ୍ଷା ଅନୁଷ୍ଠିତ ହେ।ଇଥିଲା ଏଥିରେ 435 ଜଣ ପରୀକ୍ଷାଥି ଙ୍କ ମଧ୍ୟରୁ ଏ-ୱାନ ମିଶନ ରେ 102 ଛାତ୍ରଛାତ୍ରୀ ସଫଳ ହୋଇଥିଲେ। ଆଜି ଉକ୍ତ ତାଲିମ ରେ 75 ଜଣ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି। ଏବଂ 60 ଜଣ ଶିକ୍ଷକ ତାଲିମ ପ୍ରଦାନ କରିବେ। ଏହି ତାଲିମ ଶିବିର ରେ ଗାଇଡ଼ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, କମିଟି କର୍ମକର୍ତ୍ତା ଓ ବିଦ୍ୟାଳୟ ର କର୍ମଚାରୀ ଉପସ୍ଥିତ ଥିଲେ। ଏହା ଆସନ୍ତା ଶନିବାର ପର୍ଯ୍ୟନ୍ତ ଚାଲିବ।
