*ନୂଆପଡ଼ା ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ ଙ୍କ ସଫଳ ଅସ୍ତ୍ରୋପଚାର, ମସ୍ତିସ୍କ ରୁ ଟ୍ୟୁମର କୁ ସଫଳ କଢ଼ା ଯାଇଥିବା ବେଳେ ଆରୋଗ୍ୟ କାମନା କରୁଛନ୍ତି ଜିଲ୍ଲାବାସୀ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୫.୦୧.
ନୂଆପଡ଼ା ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ ଙ୍କ ସଫଳ ଅସ୍ତ୍ରୋପଚାର, ମସ୍ତିସ୍କ ରୁ ଟ୍ୟୁମର କୁ ସଫଳ କଢ଼ା ଯାଇଥିବା ବେଳେ ଆରୋଗ୍ୟ କାମନା କରୁଛନ୍ତି ଜିଲ୍ଲାବାସୀ । ମାୟାଧର ସରାଫ ଜଣେ ବରିଷ୍ଠ ସାମ୍ବାଦିକ ଜିଲ୍ଲା ର କୋଣ ଅନୁକୋଣ ରୁ ଖବର ସଂଗ୍ରହ କରି ତାର ସମାଧାନ ର ବିନ୍ଧାଣୀ ସାଜିଥିବା ବେଳେ ସେ ଜଣେ ଦରଦୀ ମଣିଷ, ଅମୟିକ ବ୍ୟକ୍ତି ଭାବରେ ତାଙ୍କ ଭଦ୍ର ବ୍ୟବହାର ଏବଂ ନିଷ୍କପଟ ବ୍ୟକ୍ତିତ୍ଵ। ତେଣୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରୁ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ପରିବାର ମଧ୍ୟ ଅନେକ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କୁ ଧର୍ଯ୍ୟ,ସାହାସ ଏବଂ ଘଡିସନ୍ଧି ମୁହୂର୍ତ୍ତରେ ସାମ୍ବାଦିକ ବନ୍ଧୁଙ୍କ ସହଯୋଗ ମଧ୍ୟ ପ୍ରଶଂସନୀୟ ଅଟେ। ତାଙ୍କ କାର୍ଯ୍ୟ କରୁଥିବା ଓ ଟିଭି ସଂସ୍ଥା ମଧ୍ୟ ଅନେକ ସହାୟତା ର ହାତ ବଢ଼ାଇ ଥିବା ବେଳେ ସରକାର ପକ୍ଷ ରୁ ଅନେକ ସାହାର୍ଯ୍ୟ ମିଳିଅଛି। ନେତା, ସାଂସଦ, ବିଧାୟକ, ମନ୍ତ୍ରୀ ମାନେ ମଧ୍ୟ ତାଙ୍କ ପାଇଁ ଅନେକ ଚେଷ୍ଟା କରିଥିଲେ। ଆଜି ମାୟା ଆରୋଗ୍ୟ ହେବା ସୁନିଶ୍ଚିତ ହୋଇଅଛି। ବିଶେଷ ରୂପେ ଅଖିଳ ଭାରତୀୟ ଆୟୁ ବିଜ୍ଞାନ ସଂସ୍ଥା ର ସଫଳ ଅସ୍ତ୍ରୋପଚାର ସର୍ଜନ ଆର ଏଲ ସାହୁ ଙ୍କ ସହ ତାଙ୍କ ଚିକିତ୍ସା ଦଳ କୁ ମଧ୍ୟ ସାଧୁବାଦ ଦେଉଅଛୁ। ବିଶେଷ ରୂପେ ମାୟା ଙ୍କ ଧର୍ମପତ୍ନୀ ନନ୍ଦିତା ସରାଫ, ତାଙ୍କ ପୁଅ ଏବଂ ତାଙ୍କ ଶଶୁର ସମସ୍ତେ ଭୁବନେଶ୍ୱର ରେ ରହି ସଂଗ୍ରାମ କରିଥିଲେ।
