ଗ୍ରୀନଲ୍ୟାଣ୍ଡ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ।
ଦଶରଥପୁର ୧୧/୧(ଭଞ୍ଜଦୂତ:ନିପ୍ର)ଉତ୍ତମ କୁମାର ଦାସ
ବିଂଝାରପୁର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଅଧିନ ରୁଦ୍ରପୁର ଗାଁ ର ଗ୍ରୀନଲ୍ୟାଣ୍ଡ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷ ପ୍ରତାପ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ମିଶ୍ର, ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ଡାକ୍ତର ଶଶଧର ମେଦିନସିଂ ମହାପାତ୍ର ,ସମ୍ମାନିତ ବକ୍ତାଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡଃ ଅଜୟ କୁମାର ଓଝା, ସମ୍ମାନିତ ଅତିଥିଭାବେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିଦ୍ୟାସାଗର ବେହେରା, ଜିଲ୍ଲା ପରିଷଦ ସଭ୍ୟା ସୁନୀତା ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ବେହେରା ଉପସ୍ଥିତରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଶିଶୁ ହସିଲେ ଦୁନିଆ ହସେ। ସ୍ବପ୍ନକୁ ବାସ୍ତବରେ ପରିଣତ କରିବାକୁ ହେଲେ କଠିନ ପରିଶ୍ରମ ଆବଶ୍ୟକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।ଗିରିଜା ମିଶ୍ର ଏହି ମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ସଭାପତି ଦୀପକ କର, ସମ୍ପାଦକ ରାଧାକାନ୍ତ ରଣା ଓ କୋଷାଧ୍ୟକ୍ଷ ପର୍ଶୁରାମ ପଣ୍ଡା ପରିଚାଳନା କରୁଥିବା ବେଳେ ମାନସୀ ବେହେରା ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ।ଏହି ଉତ୍ସବ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଅଭିଭାବକ ସହଯୋଗ କରିଥିଲେ। ରାକେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
