*ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଓ ପରିବେଶ ଅନୁକୂଳ ପ୍ରକଳ୍ପ ପ୍ରଦର୍ଶନୀ ମେଳା ଅନୁଷ୍ଠିତ*… ୧୪ ପ୍ରକଲ୍ପ ଜିଲ୍ଲା ସ୍ତରକୁ ମନୋନୀତ…
*ହରଭଙ୍ଗା*-୯/୧:-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ବ୍ଲକ ସ୍ତରୀୟ କୁଇଜ୍ ଓ ପରିବେଶ ଅନୁକୂଳ ପ୍ରଦର୍ଶନୀ ମେଳା ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୁଡାମଣୀ ବାରିକ, ମୁଖ୍ୟ ବକ୍ତା ଭାବରେ ଉଦ୍ଭିଦ ବିଜ୍ଞାନ ଅଧ୍ଯାପକ ପ୍ରବିର କୁମାର ଦାସ,ସମ୍ମାନିତ ଅତିଥି ଭାବେ ହରଭଙ୍ଗା ତହସିଲଦାର ବଳଦେବ ବେହରା , ଧଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ପୌଲସ୍ତୀ ଭୋକ୍ତା ସମ୍ମାନିତ ଅତିଥି ଭାବରେ ମଚାଂସିନ ଥିଲେ। ସଭାପତି ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେର ଉକ୍ତ କୁଇଜ୍ ପ୍ରତିଯୋଗିତା ଓ ପରିବଶ ଅନୂକୁଲ ପ୍ରଦର୍ଶନୀ ପ୍ରକଲ୍ପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଶ୍ରୀ ଶ୍ରୀ ଗଜାନନ ଙ୍କ ପ୍ରତିମୃତ୍ତି ରେ ଧୂପଦୀପ ପ୍ରଜ୍ବଳନ କରିଥିଲେ। ମୁଖ୍ୟ ବକ୍ତା ପରିବେଷ ସୁରକ୍ଷା ଜୀବନ ରକ୍ଷା ଏବଂ ବର୍ତ୍ତମାନ ପରିବେଶ, ଜୀବଜନ୍ତୁ କୁ ଅନୁକୂଳ ପରିବେଶ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ତାଙ୍କ ଭାଷଣରେ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବାରିକ ଏହି ପରିବେଷ ଅନୂକୁଲ ପ୍ରଦର୍ଶନୀ କୁ ଆଗାମୀ ବର୍ଷ ବର୍ଷ ଧରି ରହିଲେ ବହୁତ ସୁନ୍ଦର ହେବ ବୋଲି ତାଙ୍କ ଭାଷଣରେ ପ୍ରକାଶ କରିଥିଲେ। ପରିବେଶ ଅନୁକୂଳ ପ୍ରକଳ୍ପ ର ବିଚାରକ ଭାବରେ ଆଦର୍ଶ ଚନ୍ଦ୍ର ପୁହାଣ ଶିକ୍ଷକ ରାଜେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧଲପୁର, ରମେଶ ଚନ୍ଦ୍ର ସାମଲ ଶିକ୍ଷକ ଲାଲବାହାଦୁର ଉଚ୍ଚ ବିଦ୍ୟାଳୟ ତିଲେଶର,ରଜତ କୁମାର ନାୟକ ଶିକ୍ଷକ କଲମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏବଂ କୁଇଜ ପ୍ରତିଯୋଗିତା ର ବିଚାରକ ଭାବେ ପ୍ରମୋଦ କୁମାର ପାଣିଗ୍ରାହୀ ସି ଆର ସି ସି ପୁରୁଣାକଟକ, ଅର୍ଜୁନ କହଁର ସି ଆର ସି ସି ବିରନରସିଂହପୁର, ପ୍ରଶାନ୍ତ କୁମାର ସାହୁ ସି ଆର ସି ସି ରାଧାନଗର, କୃଷ୍ଣଚନ୍ଦ୍ର ସାହୁ ଶିକ୍ଷକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉଆଁଲ, ମୃତ୍ୟଞ୍ଜୟ ସାହୁ ଶିକ୍ଷକ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଲୁଣିବାହଲ, ମହେଶ କୁମାର ସାହୁ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ପୁରୁଣାକଟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କୁଇଜ୍ ପ୍ରତିଯୋଗିତା ଓ ମେଳା ପ୍ରଦର୍ଶନୀ ରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ୨୦୦ ଜଣ ଛାତ୍ର ଛାତ୍ରୀ କୁଇଜ୍ ଓ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ ମେଳା ରେ ଅଂଶଗ୍ରହଣ କରିଥିଲେ ।ଶିକ୍ଷକ ସତ୍ଯନାରାୟଣ ସାହୁ ମଚଂ ପରିଚାଳନା କରିଥିଲେ। ଅପରାହ୍ନ ରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେର ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ସୋତନ୍ତ୍ର ଅତିଥି ଭାବେ ପୁରୁଣାକଟକ ବନ ବିଭାଗର ଏସିଏଫ ଜୟନ୍ତ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରିକ୍ଷକ ଜୟନ୍ତ କୁମାର ପ୍ରଧାନ, ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପେଡାଗୋଜି କୋଡିନେଟର ଶିବଶଙ୍କର ଶତପଥୀ, ଗୋଷ୍ଠୀ ସମ୍ବଲ ସଂଯୋଜକ ତଥା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ବର ସେଠୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶିକେଶନ ବେହେରା, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ଵର ନାଏକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୌଲସ୍ତୀ ଭୋକ୍ତା ପ୍ରମୁଖ ମଚାଂସିନ ଥିଲେ। ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପ୍ରଦଶନୀ ରୁ ୧୪ ଟି ପ୍ରକଳ୍ପକୁ ଆସନ୍ତା ସୋମବାର ଦିନ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ମନୋନୀତ କରାଯାଇଥିଲା। କୁଇଜ୍ ପ୍ରତିଯୋଗିତାରେ ୯ ଜଣ କୃତି ପ୍ରତିଯୋଗୀ ତଥା ସମସ୍ତ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଗଣ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଶିକ୍ଷକଶିକ୍ଷୟତ୍ରୀ, ଗାଇଡ୍ ଶିକ୍ଷକ,ବିଭିନ୍ନ କମିଟି ସଦସ୍ୟ,ସହକାରୀ ଶିକ୍ଷକ, ସି ଆର ସି ସି ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ସତ୍ଯନାରାୟଣ ସାହୁ ମଚଂ ପରିଚାଳନା କରିଥିଲେ। ଶେଷରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ଵର ନାଏକ ଧନ୍ୟବାଦ ଜଣାଇଥିଲେ।
