*ମଉଡ଼ମଣି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ*
ସୋର (ନିପ୍ର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ):: ସୋର ବ୍ଲକର ଅଗ୍ରଣୀ ଉଚ୍ଚ ବିଦ୍ୟାଳୟ ମଉଡ଼ମଣି ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ବିଦ୍ୟାଳୟ ପରିସରରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହକାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ୟାମସୁନ୍ଦର ଏକାଡେମୀ, ପାଖର ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୁକଦେବ ନାୟକ ,ମୁଖ୍ୟ ବକ୍ତା ଭାବେ ଟେଣ୍ଟେଇ ହାଇସ୍କୁଲ ର ପ୍ରଧାନ ଶିକ୍ଷକ କମଳାକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ୧୮ ନଂ ୱାର୍ଡ କାଉନ -ସିଲର ନିଶାକର ମହାନ୍ତି ଏବଂ ଅବସର ପ୍ରାପ୍ତ କର୍ମଚାରୀ ନିରୋଦ ରଞ୍ଜନ ପଟ୍ଟନାୟକ ଯୋଗଦେଇ ବିଭିନ୍ନ ଉପଦେଶ ମୂଳକ ବାର୍ତ୍ତା ସହ ପିଲାମାନଙ୍କୁ ସଫଳତା ମନ୍ତ୍ର ଦେଇଥିଲେ।ବିଦ୍ୟାଳୟ ର ସହକାରୀ ଶିକ୍ଷକ ସୁଶାନ୍ତ କୁମାର ନାୟକ ଅତିଥିପରିଚୟ ପ୍ରଦାନ କରଥିବା ବେଳେ ବରିଷ୍ଠ ବିଜ୍ଞାନ ଶିକ୍ଷକ କମଳାକାନ୍ତ ସ୍ୱାଇଁ ବାର୍ଷିକ ବିବରଣୀ ପଠନ କରିଥିଲେ।ଅତିଥି ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପରିଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି ଉତ୍ସବ ରେ ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଶୁଭଲକ୍ଷ୍ମୀ ବେହେରା, ମମତରାଣୀ ସେଠୀ, ମିନତିବାଳା ପାତ୍ର, ତପସ୍ୱିନୀ ସାହୁ, ନମିତା ରାଣୀ ସେଠୀ, ରମାକାନ୍ତ ପାଣିଗ୍ରାହୀ, ନେତ୍ରାନନ୍ଦ ମହାନ୍ତି, ବିଶ୍ୱରଞ୍ଜନ ମହାନ୍ତି ଆଦି ସହଯୋଗ କରିଥିଲେ।
