ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ଜାତୀୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ର ବ୍ଲକ ସ୍ତରୀୟ ମେଗା ନାମଲେଖା ପାଠ୍ୟକ୍ରମ ଉଦଘାଟନ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ & ଜାତୀୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ରେ ବ୍ଲକ ସ୍ତରୀୟ ମେଗା ନାମଲେଖା ଓ ଅନୁସ୍ଥାପନ ପାଠ୍ୟକ୍ରମ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ 60 ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ଶିକ୍ଷାର ମୁଖ୍ୟସ୍ରୋତ ରେ ସାମିଲ ହୋଇଛନ୍ତି l ଯେଉଁମାନେ ଅଧାରୁ ପାଠ ଛାଡି ଦେଇଥିଲେ ସେହି ଛାତ୍ର ଛାତ୍ରୀ ମାନେ ସରକାର ଙ୍କ ଦ୍ୱାରା ସ୍ଥାପିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସିଧାସଳଖ ମାଟ୍ରିକ & ଯୁକ୍ତ ୨ ଶିକ୍ଷାରେ ନାମ ଲେଖାଇ ପୁଣି ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗ ରହିଛି l ଏନେଇ ଛାତ୍ର ଛାତ୍ରୀ ଓ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଶତାଧିକ ଅବିଭାବକ ଙ୍କୁ ଅବଗତ କରାଇଥିଲେ ଅତିଥି ମାନେ l ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ.ଗିରିଧର, ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା, ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିନତି ନାଏକ ଯୋଗଦେଇଥିବା ବେଳେ ଅଧାରୁ ପାଠ ଛାଡିଥିବା ଚତୁର୍ଥ ଶ୍ରେଣୀ ପାସ କରିଥିବା ଛାତ୍ର ଛାତ୍ରୀ ଚନ୍ଦ୍ରଗିରି ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସିଧାସଳଖ ଦଶମ & ଯୁକ୍ତ ୨ ଶ୍ରେଣୀ ରେ ନାମ ଲେଖାଇ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଦାୟିତ୍ୱ ରେ ଥିବା ଶିକ୍ଷୟିତ୍ରୀ ସୁନିତା ଭୂୟାଁ ପରିଚାଳନା କରିଥିବା ବେଳେ ଶିକ୍ଷକ ଏମ. ଦିଲ୍ଲୀପ କୁମାର, ସିଲୁ ପ୍ରଧାନ, ଗୌତମୀ ପରିଡ଼ା, ଚିନୁସ୍ମିତା ପ୍ରଧାନ, ରଶ୍ମିତା କାର୍ଜୀ, ସୁଶାନ୍ତ କୁମାର ପ୍ରଧାନ, ବିଶ୍ଵନାଥ ପାଇକ, ମଦନ ମୋହନ ଦଣ୍ଡସେନା, ଜିତେନ ନାୟକ,ମୋନାଲିସା ବିଶ୍ଵାଳ,କେଦାର ଗୌରୀ ସାହୁ, ଅଶୋକ କୁମାର ବୈଠାରୁ,ଗାୟତ୍ରୀ ପାଇକ ସହଯୋଗ କରିଥିଲେ l
