*ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ*
ଶୁକୃଳି ( ନି ପ୍ର )ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ପକ୍ଷରୁ ଶୁକୃଳି ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସମୁଦାୟ ୩୭୮ ଜଣ ଭିନ୍ନକ୍ଷମ ନାଗରିକ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୦୧ ଜଣ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୧୦୬ ଜଣ ହୁଇଲ୍ଲ ଚେୟାର ଓ ଟ୍ରାଇ ସାଇକେଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଏହି ଶିବିରରେ ବ୍ଲକ ଅଧ୍ୟକ୍ଷା କବିତା ମଞ୍ଜରୀ ନାୟକ, ବ୍ଲକ ଉନ୍ନୟନ ଅଧିକାରୀ ବ୍ରହ୍ମାନନ୍ଦ ବେହେରାଙ୍କ ସହ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ। ଶିବିର ମାଧ୍ୟମରେ ଭିନ୍ନକ୍ଷମ ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇଥିବାରୁ ଉପସ୍ଥିତ ଲୋକମାନେ ସନ୍ତୋଷ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଟାନୀ ଗୁପ୍ତା ଓ ଦିନେଶ କୁମାର ରାଉତ , ରୁପେଶ କୁମାର ପାତ୍ର ନେତୃତ୍ଵ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ ମାନେ ମିଶି ସହଯୋଗ କରିଥିଲେ ।
