*ଖଡିଆଳ ରାଜ୍ ପରିବାର କୁ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଗସ୍ତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୦.୦୧.
ନୂଆପଡ଼ା ଜିଲ୍ଲା କୁ ଗସ୍ତରେ ଆସି ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଆସି ଖଡିଆଳ ପୂର୍ବତନ ରାଜା ଡଃ. ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ଦେହାନ୍ତ ନେଇ ପରିବାର କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି। ପରିବାର ସଦସ୍ୟ ଙ୍କୁ ସାକ୍ଷାତ କରିଥିବା ବେଳେ ସେ ସାମ୍ବାଦିକ ଙ୍କୁ ନିଜ ସମ୍ପର୍କୀୟ ପରିବାର ର ବରିଷ୍ଠ ସଦସ୍ୟ ଙ୍କୁ ହରାଇବା ବେଳେ ତାଙ୍କୁ ସାକ୍ଷାତ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ଆସିଥିବା ପ୍ରକାଶ କରିଛନ୍ତି। ଆଜି ଦିନ ଏକ ଘଣ୍ଟା ରେ ଖଡିଆଳ ଦରବାର ହଲ ଠାରେ ଜିତାମିତ୍ର ସିଂ ଦେଓ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ପରିବାର ଙ୍କ ସହ ବାର୍ତ୍ତାଳାପ କରିଥିଲେ। ତାଙ୍କ ସହ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇଥିଲେ। ପରିବାର ପକ୍ଷ ରୁ ରାଜ୍ ମାତା ରାଜଶ୍ରୀ ଦେବୀ ଙ୍କୁ ସାକ୍ଷାତ କରି ତାଙ୍କ ପୁତ୍ର ଦେବ ଦେବ ସିଂ ଦେଓ ଙ୍କୁ ମଧ୍ୟ ସାକ୍ଷାତ କରି ଥିଲେ।
