
ଭବାନୀପାଟଣା : ଭାରତର ୨୬ତମ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ଦାୟିତ୍ଵ ଗ୍ରହଣ କରିବାର ଏକ ମାସ ମଧ୍ୟରେ ଶ୍ରୀ ଜ୍ଞାନେଶ କୁମାର ନିର୍ବାଚନ କମିଶନର ଡ. ସୁଖବୀର ସିଂ ସାନ୍ଧୁ ଏବଂ ଡ. ବି ଯୋଷାଙ୍କ ସହ ମିଶି ସମଗ୍ର ନିର୍ବାଚନ ବ୍ୟବସ୍ଥାକୁ ବିଏଓ ସ୍ତର ପର୍ଯ୍ୟନ୍ତ ସମସ୍ତ ଭୋଟରଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ମତଦାନ କେନ୍ଦ୍ରରେ ସେମାନଙ୍କ ପାଇଁ ଏକ ଆନନ୍ଦ ଦାୟକ ଅନୁଭୂତି ସୁନିଶ୍ଚିତ କରିବା ଦିଗରେ ଦୃଢ଼ ଭାବରେ ଆଗେଇ ଆସିଛନ୍ତି । ଶ୍ରୀ ଜ୍ଞାନେଶ କୁମାରଙ୍କ ନେତତ୍ଵରେ ଗତ ଏକମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ଦିଗରେ ଇସିଆଇ ଏଭଳି ଏକ ସାହସିକ ପଦକ୍ଷେପ ନେଇଛି । ମୁଖ୍ୟ ଅଂଶୀଦାର ହୋଇଥିବାର ତୃଣମୂଳ ସ୍ତରରେ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଉଛନ୍ତି । ପ୍ରାୟ ୧୦୦ କୋଟି ମତଦାତା ସର୍ବଦା ଗଣତନ୍ତ୍ରର ସ୍ତମ୍ଭଭାବେ ଠିଆ ହୁଅନ୍ତୁ ବୋଲି ଆୟୋଗ ଦୋହରାଇଛନ୍ତି । ଭାରତର ସ୍ଵତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ଏବଂ ନିର୍ବାଚନ କମିଶନ (ଇସିଆଇ)ର ବିଶେଷଜ୍ଞଙ୍କ ମଧ୍ୟରେ ବୈଷୟିକ ପରାମର୍ଶ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଯଦିଓ ଜଣେ ମତଦାତା କେବଳ ନିର୍ଦ୍ଧାରିତ ପୋଲିଂ ବୁଥରେ ଭୋଟ ଦେଇପାରିବେ, ତଥାପି ନିର୍ବାଚନ ଫଟୋ ପରିଚୟ ପତ୍ର (ଇପିଆଇସି) ସଂଖ୍ୟାରେ ନକଲିଙ୍କୁ ହଟାଇବା ଏବଂ ଦଶଦ୍ଧି ଧରି ଚାଳିଆସୁଥିବା ସମସ୍ୟାକୁ ତିନିମାସ ମଧ୍ୟରେ ସମାଧାନ କରିବାକୁ ଆୟୋଗ ସଂକଳ୍ପ ନେଇଛି । ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଭୋଟର ତାଲିକାର ନିୟମିତ ଅପଡେଟ୍ କୁ ସୁଦୃଢ଼ କରାଯିବ । ରାଜନୈତିକ ଦଳମାନଙ୍କ ସହ ଆୟୋଗର ଆଲୋଚନା ରେ ଏହା ସ୍ପଷ୍ଟ କରାଯାଇଥିଲା ଯେ, ଡ୍ରାଫ୍ଟ ଭୋଟର ତାଲିକାରେ କୌଣସି ଅନ୍ତର୍ଭୁକ୍ତ କିମ୍ବା ବାଦ୍, ସମସ୍ତ ରାଜନୈତିକ ଦଳଙ୍କ ନିକଟରେ ଲୋକ ପ୍ରତିନିଧ ଆଇନ, ୧୯୫୦ ରେ ଉପଲବ୍ଧ ଦାବି ଏବଂ ଆପତ୍ତି ଦାଖଲ ପାଇଁ ପ୍ରାସଙ୍ଗିକ ଆଇନ ଗତ ବ୍ୟବସ୍ଥା ଅଧୀନରେ ରେ ଅପିଲ୍ ପ୍ରକ୍ରିୟା ଦ୍ଵାରା ପରିଚାଳିତ ହୁଏ । ଏଭଳି ଆବେଦନ ଅଭାବରୁ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପ୍ରସ୍ତୁତ କରିଥିବା ତାଲିକା ବଳବତ୍ତର ଅହିଛି । ସମସ୍ତ ଯୋଗ୍ୟ ନାଗରିକଙ୍କ ଶତ ପ୍ରତିଶତ ପଞ୍ଜୀକରଣ ସୁନିଶ୍ଚିତ କରିବା, ମତଦାନର ସହଜତା ସୁନିଶ୍ଚିତ କରିବା ଏବଂ ଆନନ୍ଦ ଦାୟକ ମତଦାନ ଅନୁଭୂତି ସୁନିଶ୍ଚିତ କରିବା ନିର୍ବାଚନ କମିଶନଙ୍କ ପ୍ରମୁଖ ରଦ୍ଦେଶ୍ୟ। କୌଣସି ମତଦାନ କେନ୍ଦ୍ରରେ ୧୨ଶହରୁ ଅଧିକ ଭୋଟର ରହିବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯିବ । ଏପରିକି ଦୁର୍ଗମ ଗ୍ରାମୀଣ ମତଦାନ କେନ୍ଦ୍ରରେ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ । ସହରାଞ୍ଚଳର ଉଦାସୀନତା ଦୂର କରିବା ଏବଂ ଅଧିକ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଉଚ୍ଚ କୋଠା ଓ କଲୋନୀଗୁଡ଼ିକର ପରିସରରେ ମତଦାନ କେନ୍ଦ୍ର ରହିବ । ନିର୍ବାଚନ ପ୍ରକ୍ରିୟାର ସମସ୍ତ ଦିଗରେ ରାଜନୈତିକ ଦଳଗୁଡ଼ିକର ପୂର୍ଣ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ସି.ଇ.ସି. ଶ୍ରୀ ଜ୍ଞାନେଶ କୁମାର ମାର୍ଚ୍ଚ ୪ ତାରିଖରେ ସି.ଇ.ଓ. ସମ୍ମିଳନୀରେ ସମସ୍ତ ୩୬ ଜଣ ସିଇଓ, ୭୮୮ ଜଣ ଡିଇଓ, ୪ ହଜାର ୧୨୩ ଜଣ ଇଆରଓଙ୍କ ଦ୍ଵାରା ନିୟମିତ ସର୍ବଦଳୀୟ ବୈଠକ ଏବଂ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତୃଣମୂଳ ସ୍ତରରେ ରାଜନୈତିକ ଦଳଗୁଡ଼ିକ ଉଠାଇଥିବା ଯେକୌଣସି ବିବାଦୀୟ ଓ ଜରୁରୀ ସମସ୍ୟାର ସମାଧାନ କରିବାରେ ସମଗ୍ର ଦେଶରେ ଏଭଳି ବୈଠକ ସହାୟକ ହେବ । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମଗ୍ର ଭାରତରେ ଏହି ପ୍ରକ୍ରିୟା ଶେଷ ହେବ । ରାଜନୈତିକ ଦଳର ପ୍ରତିନିଧି ଓ ସେମାନଙ୍କ ନିଯୁକ୍ତ ବିଏଲ୍ ? ଏ ମାନଙ୍କୁ ଭୋଟର ତାଲିକା ଉପରେ ଦାବି ଓ ଆୟ ସମେତ ନିର୍ବାଚନ ଆଇନ ଅନୁଯାୟୀ ଉପଯୁକ୍ତ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦେବା ପାଇଁ କମିଶନଙ୍କ ପ୍ରସ୍ତାବକୁ ରାଜନୈତିକ ଦଳଗୁଡ଼ିକ ସ୍ୱାଗତ କରିଛନ୍ତି । ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ଯେକୌଣସି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କ ଠାରୁ ପରାମର୍ଶ ଆହ୍ୱାନ କରିଛି ଏବଂ ସେମାନେ ୨୦୨୫ ଏପ୍ରିଲ ୩୦ ତାରିଖ ସୁଦ୍ଧା ପରାମର୍ଶ ପଠାଇପାରିବେ । ପାରସ୍ପରିକ ସୁବିଧାଜନକ ସମୟରେ ଦିଲ୍ଲୀରେ କମିଶନଙ୍କୁ ଭେଟିବା ପାଇଁ ଦଳମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ସାହସିକ ଏବଂ ସୁଦୂର ପ୍ରସାରୀ ପଦକ୍ଷେପ ନିର୍ବାଚନର ସମଗ୍ର ପରିସରକୁ ବ୍ୟାପିଛି ଏବଂ ସମସ୍ତ ଅଂଶୀଦାରଙ୍କୁ ଭାଗିଦାରୀ ଢଙ୍ଗରେ ଅନ୍ତର୍ଭୁକ୍ତ କରିଛି ବୋଲି ଉପ ନିର୍ଦ୍ଦେଶକ ପି. ପୱନ ପ୍ରକାଶ କରିଛନ୍ତି ।