
ନବରଙ୍ଗପୁର…:ରାଇଘର ବ୍ଲକ ସାରଗୁଲି ନର୍ସରୀ ଛକ ନିକଟରେ ଶୁଖିଲା ମକା ଗଛ ଗୁଡ଼ିକୁ ରଖି ପ୍ରତିବାଦ କଲେ ଶତାଧିକ ଚାଷି।ବିଦୂତ ସମସ୍ୟା ଯାଗୁଁ ଜଳ ସେଚନ ସମସ୍ୟା ଉପଜିବାରୁ ଏଭଳି ପରିସ୍ଥିତି ସୄଟି ହୋଇଥିବା ନେଇ ରାଜ ରାସ୍ତାକୁ ଆଲ୍ଲାଇ ରାଇଘର -ଉମରକୋଟ ମୁଖ୍ୟ ରାସ୍ତା ଅବରୋଧ କଲେ ସ୍ଥାନୀୟ ଚାଷି ମାନେ। କିଛିଦିନ ହେବ ଟାଟା ପାୱାରର ମନମାନି ବଡ଼ିଯାଇଛି, ଲୋ ଭଲଟେଜ ସହ ଅଘଷିତ ବିଦୂତ କାଟ ଯୋଗୁଁ ଜମିରେ ପାଣି ଯୋଗାଇବା ସମସ୍ୟା ହେବାରୁ ଏକର ଏକର ମକାଗଛ ସୁଖୀ ନଷ୍ଟ ହୋଇ ପଡିଛି। ଫଳରେ ଏହି ଶୁଖିଲା ମକା ଗଛ ଗୁଡିକୁ ଧରି ଆଜି ପ୍ରତିବାଦ କରି ରାସ୍ତା ରୋକ କରିଛନ୍ତି ଚାଷି। ସରକାରୀ ଏମାନଙ୍କ ସମସ୍ୟା ସମାଧାନ ନ କରିବା ପର୍ଯ୍ୟନ୍ତ ଏମିତି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷି। ରାଇଘର -ଉମରକୋଟ ମୁଖ୍ୟରାସ୍ତ ଆବରଧ ଥିବାରୁ ରାସ୍ତା ଉପରେ ଶତାଧିକ ଗାଡ଼ିମାଟର ଅଟକି ରହିଛି ଏବଂ ଯାତାୟାତ ରେ ବାଧା ସୄଟି ହୋଇଛି। ବର୍ତ୍ତମାନ ଦେଖୁବାକୁ ବାକି ରହିଲା ସରକାର ଚାଷି ମାନଙ୍କ ଦୁଃଖ ବୁଝୁଛନ୍ତି କି ନାହିଁ। ରାଇଘର ରୁ ଅପରାଜିତା ରାୟ ରିପୋର୍ଟ୍