ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ଅନୁଷ୍ଠିତ l
ତାରିଖ ,6/1/26
ସ୍ଥାନ ପରଜଙ୍ଗ
ରିପୋଟ ଗୋକୁଳା ନନ୍ଧ ବେହେରା
ଢେଙ୍କାନାଳ ଜିଲ୍ଲ ପରଜଙ୍ଗ ଠାରେ ଆଜି ପିଏମ ଶ୍ରୀ ମହେଶଚନ୍ଦ୍ର ସୁବାହୁ ସିଂହ ନୋଡାଲ ବିଦ୍ୟାପୀଠ ରେ ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ସନମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟଖ୍ୟା ଶ୍ରୀମତୀ ଯଶସ୍ୱିନୀ ରାଉତ,ବ୍ଲକ ଶିକ୍ଷାଧିକାରିଣୀ ପ୍ରିୟଦର୍ଶିନୀ ନାୟକ,ପଞ୍ଚଶଖା ଶିକ୍ଷା ସେତୁ ର ସଭାପତି ନାରାୟଣ ବିନାୟକ, ସ୍କୁଲ ପରିଚାଳନା କମିଟି ର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଥମେ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l ମଞ୍ଚରେ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସାନମାନିତ କରାଯାଇଥିଲା l ବିଧାୟକ ନିଜ ଅଭିଭାଷଣ ରେ ବୈଜ୍ଞାନିକ ଯୁଗରେ AI ବା କୁତ୍ରିମ ବୁଦ୍ଧିମତା ବିଷୟରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ l ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିକ୍ରମ ସିଂ ସ୍କୁଲ ର ଐତିହ୍ୟ ସମ୍ପର୍କ ରେ ପିଲାମାନଙ୍କୁ କହିବା ସହିତ ଉତ୍ତମ ଶିକ୍ଷା, କଳା ଏବଂ କ୍ରୀଡା କ୍ଷେତ୍ରରେ ଦକ୍ଷତା ଅର୍ଜନ କରିବାକୁ ସଦୁପଦେଶ ଦେଇଥିଲେ l ଶେଷରେ ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
