ମୋ ଢେଙ୍କାନାଳ ମୋହତ୍ସବ ୨୦୨୫ ପାଳିତ।
କାମାକ୍ଷାନଗର – (ସତ୍ୟବାଦୀ ସେଠୀ)
ଢେଙ୍କାନାଳ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଓ ‘ମୋ ଢେଙ୍କାନାଳ’ ର ସପ୍ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ‘ମୋ ଢେଙ୍କାନାଳ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ଦୁର୍ଗାପ୍ରସାଦ ତ୍ରିପାଠୀ ଙ୍କୁ ‘ଢେଙ୍କାନାଳ ଆଦର୍ଶ ଶିକ୍ଷକ’ ସମ୍ମାନ ରେ ସମ୍ମାନିତ କରାଯାଇଛି l ସେ ହେଉଛନ୍ତି ବିପିନ ବିହାରି ତ୍ରିପାଠୀ ଓ ମମତା ତ୍ରିପାଠୀ ଙ୍କ ର ସୁଯୋଗ୍ୟ ସନ୍ତାନ l ପ୍ରଥମେ ବେସରକାରୀ ଓ ପରେ ସରକାରୀ ଶିକ୍ଷକ ଭାବରେ ସେ ଦୀର୍ଘ ୨୫ ବର୍ଷ ଶିକ୍ଷକତା କରି ଜଣେ ଆଦର୍ଶ ଓ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ଅନେକ ସୁନାମ ଅର୍ଜନ କରିବା ସହିତ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି l ସେ ନୂତନ ପେନସନଯୁକ୍ତ ଶିକ୍ଷକ ସଂଘ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଓ ବ୍ଲକ ସମ୍ପାଦକ ଭାବରେ ଶିକ୍ଷକ ମାନଙ୍କର ସୁଖ ଦୁଃଖ ରେ ସବୁବେଳେ ରହିଥାନ୍ତି l ତାଙ୍କ ବାପା ବିପିନ ବିହାରି ତ୍ରିପାଠୀ ଙ୍କ ଦ୍ୱାରା ଗଠିତ ଏକ ନୃତ୍ୟ ଅନୁଷ୍ଠାନ ‘କୃଷ୍ଣାମୟୀ ଡ୍ୟାନ୍ସ ଏକାଡେମୀ’ ମାଧ୍ୟମରେ ଓଡିଶା ର କଳା ଓ ସଂସ୍କୃତି କୁ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରତିପାଦନ କରିପାରିଛନ୍ତି l ଏହି ଉତ୍ସବରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା, ମୁଖ୍ୟବକ୍ତା ରୋଟାରି କ୍ଲବ ର ସଭାପତି ସାଗରିକା ମିଶ୍ର,ସମ୍ମାନିତ ଅତିଥି ରୂପେ ରାଜ୍ୟ ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଅକ୍ଷୟ କୁମାର ମହାନ୍ତି, ରୋଟାରିଆନ ରାଜକିଶୋର ବେହେରା, ଡା. ରୟମାନ ମିଶ୍ର ମୋ ଢେଙ୍କାନାଳ ଚାନେଲ ର ପ୍ରତିଷ୍ଠାତା ସୌମ୍ୟବ୍ରତ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ l ଏହି ସମ୍ମାନ ପାଇଁ ତାଙ୍କ ଧର୍ମପତ୍ନୀ ମନୀଷା ତ୍ରିପାଠୀ ପୁତ୍ର ଆୟୁଷ ଅଂଶୁମାନ ତ୍ରିପାଠୀ ଆୟୋଜକ ଙ୍କୁ ଧନ୍ୟବାଦ ଜଣେଇଛନ୍ତି l ଏହି ଖବର ପାଇବା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳିଯାଇଛି l
