‘ସାଧୁତା ଓ ସଚୋଟତା ହିଁ ଶିକ୍ଷାର ମୂଳମନ୍ତ୍ର’ ସୋର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) ସୋର ମୁନିସିପାଲିଟି ଅନ୍ତର୍ଗତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସାରସ୍ୱତ ସାଧକ, ତଥା ପଦ୍ମଲୋଚନ ଦ୍ବିବେଦୀ ଛାତ୍ରଛାତ୍ରୀଙ୍କୁ ସାଧୁତା ଓ ସଚୋଟତା ହିଁ ଶିକ୍ଷର ମୂଳମନ୍ତ୍ର ବୋଲି ପ୍ରକାଶ କରିଥିଲେ। ଶିକ୍ଷା କେନ୍ଦ୍ରର ସମ୍ପାଦିକା ଉର୍ମିଳା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉକ୍ତ ସଭାରେ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପାତ୍ର ବାର୍ଷିକ ବିବରଣୀ ପାଠ ପୂର୍ବକ ବିଦ୍ୟାଳୟର ସଫଳତା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀ ଅରବିନ୍ଦ ପାଠ ଚକ୍ର, କଟକର ସଂଗଠକ ଭାବେ ବିକାଶ ରଞ୍ଜନ ବେହେରା ଯୋଗ ଦେଇ ଅଭିଭାବକଙ୍କ ଦ୍ୱାରା ଉତ୍ତମ ଅଭ୍ୟାସ ଗଠନ ପିଲାଙ୍କର ପ୍ରାରମ୍ଭ ଜନ୍ମରୁ ଆରମ୍ଭ ହେବା ଉଚିତ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ବିଶିଷ୍ଟ ବ୍ୟବସାୟୀ ତଥା ସମାଜ ସେବୀ ପ୍ରହଲ୍ଲାଦ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷୟିତ୍ରୀ ସବିତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ପ୍ରଭାକର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
