ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ସାଜନପୁର ପଞ୍ଚାୟତ ଶିରାପୁର ଗ୍ରାମ ର ବୀର ବଜରଙ୍ଗୀ କ୍ଲବ ତରଫରୁ ମା ଗଡଚଣ୍ଡୀ ପୀଠରେ ଯାତ୍ରା ହୋଲି ଉପଲକ୍ଷେ “ହେ ମଣିଷ ଏଠି କନ୍ଧିବ ଆସ” ଯାତ୍ରା ଆଜି ରାତିରେ ମଞ୍ଚସ୍ଥ ହୋଇଥିଲା। ପ୍ରଥମେ କ୍ଲବ ର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କିଛିଦିନ ତଳେ ଦେହତ୍ୟାଗ କରିଥିବା ମଦନମୋହନ ସାହୁ ଫଟୋଚିତ୍ର ପୁଷ୍ପମାଲ୍ୟ କରିବା ସହ କମିଟି ର ସମସ୍ତ ସଦସ୍ୟ ୨ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଉକ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଛୋଟ ଛୋଟ ପିଲା ମାନଙ୍କୁ ନେଇ ମେଲୋଡି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା, ପରେ ନାଟକ ମଞ୍ଚସ୍ଥ ହୋଇଥିଲା। କଳାକାର ମାନେ ତାଙ୍କୁ ନିଖୁଣ କଳା ମାଧ୍ୟମରେ ରେ ଦର୍ଶକ ମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। କ୍ଲବ ର ବରିଷ୍ଠ କଳାକାର ମାନଙ୍କ ମଧ୍ୟରେ ମାନସ ଜେନା, ଶତ୍ୟ ରଞ୍ଜନ ଜେନା, ତୁଷାର ମହାପାତ୍ର, କାହ୍ନୁ ମାହାପାତ୍ର,ଶୁରୁଜିତ ଲେଙ୍କା,ରଜତ ବାରିକ୍, ସୁବାସ ମହାରଣା,ମୁନା ଓଝା, ମାନଗୋବିନ୍ଦ ବାରିକ ପ୍ରମୁଖ ତାଙ୍କର ଜବରଦସ୍ତ କଳା ପଦର୍ଶଣ କରିଥିଲେ । କ୍ଲବ ର ଅନ୍ୟ ସଦସ୍ୟମାନେ ଯଥା ଗୀରିଷ ଲେଙ୍କା, ଅସିତ୍ ସେଠି,ରାଜୀବ୍ ଲେଙ୍କା, ବିଜୟ ବାରିକ୍, ମିହିର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।
