*ଖଡିଆଳ ପବ୍ଲିକ ସ୍କୁଲର ୩୪ ତମ ବାର୍ଷିକ ଉତ୍ସବ ପାଳିତ, ଅଞ୍ଚଳ ରେ ଇଂରାଜୀ ମାଧ୍ୟମ ଶିକ୍ଷା ର ବିକାଶ ରେ ଅନୁଷ୍ଠାନ ର ଗୁରୁତପୂର୍ଣ୍ଣ ଭୂମିକା ଗ୍ରହଣ କରିଅଛି, ଅତିଥି ଙ୍କ ଦ୍ଵାରା ଉଦବୋଧନ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୨.୧୨.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ପବ୍ଲିକ ସ୍କୁଲ ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଅଞ୍ଚଳ ରେ ଇଂରାଜୀ ମାଧ୍ୟମ ଶିକ୍ଷା ର ବିକାଶ ଅନୁଷ୍ଠାନ ର ଗୁରୁତପୂର୍ଣ୍ଣ ଭୂମିକା ଗ୍ରହଣ କରିଅଛି, ବୋଲି ଉଦବୋଧନ ଦେଇଥିଲେ। ସଭାରେ ସ୍କୁଲ ର ଅଧ୍ୟକ୍ଷ ଏସ ଶ୍ରୀନିବାସ, ସମ୍ମାନିତ ଅତିଥି ରୂପେ ଖଡିଆଳ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳଗୁପ୍ତା, ମୁଖ୍ୟ ବକ୍ତା ରୂପେ ସ୍କୁଲ ଛାତ୍ର ତଥା ଜଣେ ସିଏ ମୁକେଶ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ପରିଚାଳନା ସଭାପତି ବିନୋଦ କୁମାର ଅଗ୍ରୱାଲ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଚିତ୍ତ ରଂଜନ ସିଂ ଦେଓ ମଞ୍ଚାଷୀନ ହୋଇଥିଲେ। ବାର୍ଷିକ ଉତ୍ସବ ଉପଲେକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ଦ୍ବାରା ପୁରକୃତ୍ କରିଥିଲେ। ସ୍କୁଲ ପକ୍ଷ ରୁ ପ୍ରତ୍ୟେକ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଦଳଗତ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ପରିଚାଳନା କମିଟି, ଅଭିଭାବକ, ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ, ସର୍ବୋପରି ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ।
