*ଗୋଟିଏ ରାତିରେ ଗୋଟିଏ ପରିବାରର ତିନିମୃତ ମୃତ୍ୟୁର କାରଣ ଅସ୍ପଷ୍ଟ*
ରିପୋଟ ଗୋକୁଳାନନ୍ଧ ବେହେରା
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଏକ ଅଭାବନୀୟ ଘଟଣାରେ ତିନି ମୃତ୍ୟୁ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବରରୁ ପ୍ରକାଶ ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ଅସନବଣିଆ ଗ୍ରାମର ଗୋଟିଏ ପରିବାରର ଅନ୍ତର୍ଯ୍ୟାମୀ ସାହୁଙ୍କ ସ୍ତ୍ରୀ ଗୋଲାପ ସାହୁ(୫୦),ଦୁଇପୁଅ ପିଣ୍ଟୁ ସାହୁ(୩୨), ଲିଟୁ ସାହୁ(୨୪) ଓ ଅନ୍ତର୍ଯ୍ୟାମୀ ଙ୍କ ଦ୍ଵିତୀୟ ପତ୍ନୀ ବିନୋଦିନୀ ସାହୁ ଓ ଛୋଟିଆ ପୁଅ ମିଶି ଗତକାଲି ସନ୍ଧ୍ୟାରେ ଚିକେନ ଓ ସଜନାଶାଗ ରୋଷଇ କରି ଅନ୍ୟାନ୍ୟ ଖାଦ୍ୟ ସହିତ ଖାଇସାରି ଶୋଇବାକୁ ଯାଇଥିଲେ। ତେବେ ବିନୋଦିନୀ ଓ ତାଙ୍କ ପୁଅ ଗୋଟିଏ ରୁମରେ ଶୋଇଥିବାବେଳେ ଅନ୍ତର୍ଯ୍ୟାମୀ ବାହାରେ ସୋଇଥିଲେ ଏବଂ ଗୋଲାପ ତାଙ୍କ ଦୁଇପୁଅ ଅନ୍ୟ ଏକ ରୁମରେ ସୋଇଥିଲେ ତେବେ ଶୀତପାଇଁ ଗୋଲାପ ଓ ପୁଅମାନେ କୋଇଲାରେ ଆଞ୍ଚ କରି ନିଆଁ ଜାଳି ସୋଇଥିଲେ ତେବେ ସକାଳେ ଦେଖିବାବେଳକୁ ଗୋଲାପ ଦୁଇପୁଅଙ୍କ ସହ ଅଚେତ ହୋଇ ପଡିଛନ୍ତି ଏବଂ ପରିବାର ଲୋକ ଅନୁଗୋଳ ଡାକ୍ତରଖାନା ତିନିଜଣଙ୍କୁ ନେବାରେ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବରପାଇ କଣ୍ଟାବଣିଆ ଥାନା ପୋଲିସ ଶବ ତିନୋଟି ଜବତ କରି ଅନୁଗୋଳ ଡାକ୍ତରଖାନାରେ ଶବବ୍ୟବଚ୍ଛେଦ ପାଇଁ ପଠାଇ ମୃତ୍ୟୁର କାରଣ ଜାଣିବାପାଇଁ ଅଧିକ ତଦନ୍ତ ଜାରିରଖିଛି।ତେବେ ଗୋଟିଏ ପରିବାରର ତିନିଜଣଙ୍କ ଏକାସାଙ୍ଗେ ମୃତ୍ୟୁ ହୋଇଥିଲେ ହେଁ କେମିତି କେହି ରାତିରେ ଜାଣି ପାରିଲେନାହିଁ ଏହା ଖାଦ୍ୟରେ ବିଷକ୍ରିୟା ପାଇଁ ନା ନିଆଁଧୂଆଁରେ ଅଣନିଶ୍ୱାସୀ ହୋଇ ନା କେଉଁକାରଣ ପାଇଁ ମୃତ୍ୟୁ ହୋଇଛି ତାହା ତଦନ୍ତ ସକ୍ଷେପ ଏବଂ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଜଣାପଡିବ ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି
