*ନୂଆପଡ଼ା ଧାନ ସଂଗ୍ରହ ବ୍ୟାପକ ମାତ୍ରା ରେ ଚାଲିଛି, ଜିଲ୍ଲା ର ୭୦ ଗୋଟି ମଣ୍ଡି ରେ ଧାନ ସଂଗ୍ରହ, ଗତ କାଲି ସୁଦ୍ଧା ୩ ଲକ୍ଷ କ୍ଵିଣ୍ଟାଲ ପାର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ରେ ୭୭ ଗୋଟି ମଣ୍ଡି ରୁ ଧାନ ସଂଗ୍ରହ ବ୍ୟବସ୍ଥା ଥିବା ବେଳେ ମୁଣ୍ଡିରୁ ଧାନ ସଂଗ୍ରହ ପ୍ରକ୍ରିୟା ବ୍ୟାପକ ହୋଇଅଛି। ଜିଲ୍ଲାକୁ ପ୍ରଥମ ଲକ୍ଷ ଭାବରେ ୧୩ ଲକ୍ଷ ୭୪ ହଜାର କ୍ଵିଣ୍ଟାଲ ଧନ ସଂଗ୍ରହ କରିବା ଧାର୍ଯ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦ ଗୋଟି ମିଲରସ ଧାନ ସଂଗ୍ରହ କରୁଛନ୍ତି। ଗତ କାଲି ସୁଦ୍ଧା ୩ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଅଛି। ଆଜି ମଧ୍ୟ ଧାନ ସଂଗ୍ରହ ଚାଲୁ ରହିଅଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷ ରୁ ପ୍ରକାଶ କରିଛନ୍ତି।ନୂଆପଡ଼ା ଜିଲ୍ଲାରେ ୭୦ ଟି ମଣ୍ଡି ଦ୍ଵାରା ଧାନ ସଂଗ୍ରହ ପ୍ରକ୍ରିୟା ଆଗେଇ ଚାଲିଛି l
ନୂଆପଡ଼ା ଜିଲ୍ଲାରେ ୭୦ ଟି ମଣ୍ଡି ଦ୍ଵାରା ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଆଗେଇ ଚାଲିଛି l ଗତ କାଲି ୧୭୨୪ ଜଣ ଚାଷୀଙ୍କ ଠାରୁ ୭୨୪୪୪ କ୍ଵିଣ୍ଟାଲ ଧାନ କ୍ରୟ ହୋଇଛି। ଜିଲ୍ଲାରେ ବର୍ତମାନ ସୁଦ୍ଧା ୭୨୨୯ ଜଣ ଚାଷୀଙ୍କ ଠାରୁ ମୋଟ ୩୦୬୧୯୬ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଅଛି। ପ୍ରତ୍ୟେକ ଦିନ ୬୦/୭୦ ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହ ହେଉଅଛି।
